ସରକାରଙ୍କ ବଡ଼ କାର୍ଯ୍ଯାନୁଷ୍ଠାନ; ବ୍ୟାନ୍ ହେଲା ALTT, ULLU ଆପ୍ ସମେତ ୨୫ OTT ପ୍ଲାଟଫର୍ମ, ଅଶ୍ଳୀଳ କଣ୍ଟେଣ୍ଟର ଖୋଲିଥିଲେ ପସରା
OTT ପ୍ଲାଟଫର୍ମରେ ଅଶ୍ଲୀଳତା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ବ୍ୟାନ୍ ହେଲା ୨୫ ଟି OTT ପ୍ଲାଟଫର୍ମ ।
ନୂଆଦିଲ୍ଲୀ: OTT ପ୍ଲାଟଫର୍ମରେ ଅଶ୍ଲୀଳତା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ବ୍ୟାନ୍ ହେଲା ୨୫ ଟି OTT ପ୍ଲାଟଫର୍ମ । କେନ୍ଦ୍ର ସରକାର ALTT, ULLY, Desiflix, BigShots ଭଳି 25 OTT ଆପ୍ ବ୍ୟାନ୍ କରିଛନ୍ତି । ଅଶ୍ଳୀଳ ଏବଂ ବୋଲ୍ଡ ବିଷୟବସ୍ତୁ ପରିବେଷଣ କରୁଥିବା ଅଭିଯୋଗରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ଏହି ୱେବସାଇଟ୍ ଏବଂ ଆପ୍ ଭାରତରେ ତୁରନ୍ତ ବ୍ଲକ୍ କରିବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଇଣ୍ଟରନେଟ୍ ସେବା ପ୍ରଦାନକାରୀ (ISP) କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ଆଇଟି ନିୟମ ଅନୁସାରେ ସରକାର ଏହି ଆପ୍ ଗୁଡ଼ିକ ବିରୋଧରେ ଆକ୍ସନ ନେଇଛନ୍ତି । ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରୁଥିବା ୨୫ ଟି ଆପକୁ ବ୍ୟାନ କରିଦିଆଯାଇଛି ।
ତେବେ ALTT, ULLU, Big Shots App, Desiflix, Boomex, Navarasa Lite, Gulab App, Kangan App, Bull App, Jalva App, Wow Entertainment, Look Entertainment, Hitprime, Feneo, ShowX, Sol Talkies, Adda TV, HotX VIP, Hulchul App, MoodX, NeonX VIP, Fugi, Mojflix, Triflicks ଆପକୁ ବ୍ୟାନ୍ କରିଛନ୍ତି ସରକାର ।
ଏହାପୂର୍ବରୁ ମଧ୍ୟ ସରକାର ଓଟିଟି ପ୍ଲାଟଫର୍ମକୁ ନେଇ ବଡ଼ ଆକ୍ସନ ନେଇଥିଲେ । ସେ ସମୟରେ ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍ କରାଯାଇଥିଲା । ୨୦୨୪ ମସିହା ଡିସେମ୍ବର ମାସରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିଲେ ।
ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ (IT ଆଇନ, ୨୦୦୦) ଏବଂ IT ନିୟମ, ୨୦୨୧ (Intermediary Guidelines and Digital Media Ethics Code) ଅନୁଯାୟୀ ଏହି OTT ଆପ୍ ଏବଂ ୱେବସାଇଟ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ଏହି ଆପ୍ ଏବଂ ୱେବସାଇଟ୍ ମଧ୍ୟରୁ ଅନେକ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ବିଷୟବସ୍ତୁ ପ୍ରମାଣପତ୍ରକୁ ବାଇପାସ୍ କରୁଥିଲେ ଏବଂ IT ଆଇନ, ୨୦୨୧ ର ନିୟମ ଉଲ୍ଲଂଘନ କରୁଥିଲେ।
ସରକାର କହିଛନ୍ତି ଯେ ଏଜେନ୍ସିଗୁଡ଼ିକରୁ ମିଳିଥିବା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ନିରନ୍ତର ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପ୍ରସାରଣ କରାଯାଉଥିଲା ।