fbpx

୧୩ ଲକ୍ଷ ଏଲଆଇସି ଏଜେଣ୍ଟଙ୍କ ଲାଗି ଖୁସି ଖବର, ସରକାର କଲେ ଏହି ୪ ବଡ ଘୋଷଣା

Advertisement

ନୂଆଦିଲ୍ଲୀ: ଯଦି ଆପଣ ଦେଶର ସବୁଠାରୁ ବଡ କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର କର୍ମଚାରୀ କିମ୍ବା ଏଥିରେ ଏଜେଣ୍ଟ ଭାବରେ କାମ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ବହୁତ ଖାସ୍ । ସରକାର ଏମାନଙ୍କ ଲାଗି ବିଭିନ୍ନ ସୁବିଧାର ଘୋଷଣା କରିଛନ୍ତି ଯାହା କର୍ମଚାରୀଙ୍କ ସହ ଏଜେଣ୍ଟଙ୍କୁ ବି ମିଳିବ । ଏହା ମଧ୍ୟରେ ରହିଛି ଗ୍ରାଚୁଇଟି ସୀମା ବୃଦ୍ଧି, ଏଜେଣ୍ଟ ରିନ୍ୟୁଏବଲ କମିଶନ, ଟର୍ମ ଇନସ୍ୟୁରାନ୍ସ ଓ ଏକ ସମାନ ଫ୍ୟାମିଲି ପେନସନ୍ ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ବନ୍ଧରେ ଏକ୍ସ ମାଧ୍ୟମରେ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି ।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ମନ୍ତ୍ରଣାଳୟ ପକ୍ଷରୁ ଏଲଆଇସି ଏଜେଣ୍ଟ ଓ କର୍ମଚାରୀଙ୍କ ଲାଗି କଲ୍ୟାଣକାରୀ ଉପାୟକୁ ମଞ୍ଜୁରୀ ଦିଆଯାଇଛିି । ଏହାଦ୍ୱାରା ଏଲଆଇସିର ୧୩ ଲକ୍ଷରୁ ଅଧିକ ଏଜେଣ୍ଟ ଲାଭବାନ ହେବେ । ଏଲଆଇସି ପକ୍ଷରୁ କୁହାଯାଇଛି ଏମାନେ ହେଉଛନ୍ତି ସେହି ଏଜେଣ୍ଟ ଓ କର୍ମଚାରୀ ଯେଉଁମାନେ ଏଲଆଇସିର ବିକାଶ ଓ ଭାରତରେ ବୀମା ପୈଠ ପ୍ରସାର କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଏହି ଘୋଷଣା ଅନୁସାରେ ଏଲଆଇସି ଏଜେଣ୍ଟଙ୍କ ଲାଗି ଗ୍ରାଚୁଇଟି ଲିମିଟ୍ ୩ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୫ ଲକ୍ଷ ଟଙ୍କା କରିଦିଆଯାଇଛି । ଏହି ନିଷ୍ପତ୍ତି ଦ୍ୱାରା କମ୍ପାନୀର ଏଜେଣ୍ଟମାନଙ୍କର କାର୍ଯ୍ୟଶୈଳୀରେ ସୁଧାର ଆସିବା ସହ ସେମାନଙ୍କୁ ଅଧିକ ଫାଇଦା ମିଳିବ । କେବଳ ଏତିକି ନୁହେଁ ଏଜେଣ୍ଟମାନଙ୍କ ଆର୍ଥିକ ସ୍ଥିରତା ଲାଗି ମଧ୍ୟ ପଦକ୍ଷେପ ନିଆଯାଇଛି । ଏହି ଯୋଜନାରେ କିଛି ଏଲଆଇସି ଏଜେଣ୍ଟ ରିନ୍ୟୁଆଲ କମିଶନ ଲାଗି ଯୋଗ୍ୟ ବିବେଚିତ ହେବେ ।

ଏହା ବ୍ୟତିତ ସରକାର ଏଲଆଇସି ଏଜେଣ୍ଟଙ୍କ ଲାଗି ଟର୍ମ ଇନସ୍ୟୁରାନ୍ସ କଭର ବୃଦ୍ଧି ଲାଗି ଘୋଷଣା କରିଛନ୍ତି । ଏହି ଯୋଜନା ଜରିଆରେ ଏହି ରେଞ୍ଜ ବୃଦ୍ଧି ପାଇ ୩୦୦୦-୧୦୦୦୦ରୁ ୨୫୦୦୦-୧, ୫୦,୦୦୦କରି ଦିଆଯାଇଛି । ଏହା ଜରିଆରେ ସରକାର ଏଜେଣ୍ଟ ରୂପରେ ଏଲଆଇସିରେ କାମ କରୁଥିବା ଲୋକଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ପଦକ୍ଷେପ ନେଇଛନ୍ତି । ଏହା ସହିତ ଏଲଆଇସି କର୍ମଚାରୀଙ୍କୁ ଏକ ସମାନ ୩୦ ପ୍ରତିଶତ ଦରରେ ଫ୍ୟାମିଲି ପେନସନର ଫାଇଦା ମିଳିବ ।

Get real time updates directly on you device, subscribe now.