fbpx

ପିଏମ୍ କିଶାନ ଯୋଜନାରେ ଦୁଇଟି ବଡ ପରିବର୍ତ୍ତନ: ଏହି ଉପାୟ ନକଲେ ଖାତାକୁ ଆସିବନି ୨ ହଜାର ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ଖାତାକୁ ପଇସା ପଠାଇଥାନ୍ତି କେନ୍ଦ୍ର ସରକାର । ଏହି ଯୋଜନା ଅନ୍ତର୍ଗତ ସରକାର କୃଷକଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ପଠାଇଥାନ୍ତି । ବର୍ତ୍ତମାନ ସୁଦ୍ଧା ୧୦ଟି କିସ୍ତିରେ କୃଷକ ମାନଙ୍କ ଖାତାକୁ ଅର୍ଥ ଆସିଥିବା ବେଳେ ଖୁବଶୀଘ୍ର ୧୧ ତମ କିସ୍ତି ଟଙ୍କା ଆସିବାକୁ ଯାଉଛି । ତେବେ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍ କିଶାନ ଯୋଜନାରେ କିଛି ପରିବର୍ତ୍ତନ କରାଯାଇଛି । ସରକାରଙ୍କ ପକ୍ଷରୁ ଏହି ଯୋଜନାରେ ଦୁଇଟି ବଡ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଥିବା ବେଳେ ବର୍ତ୍ତମାନ ଷ୍ଟାଟସ ଚେକର ପ୍ରସେସକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଯେ କେହି ବି ଅନ୍ୟ ମାନଙ୍କର ଷ୍ଟାଟସ୍ ଦେଖି ପାରୁଥିଲେ । ମାତ୍ର ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ କେବଳ ମୋବାଇଲ ନମ୍ବରରେ ଷ୍ଟାଟସ ଦେଖି ହେଉଥିବା ବେଳେ ବର୍ତ୍ତମାନ ଆଧାର ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଜରିଆରେ ହିଁ ଏହି ଷ୍ଟାଟସ ଚେକ୍ କରିହେବ ।

ତେବେ ଯଦି ଆପଣ ଇ କେୱାଇସି କରି ନାହାନ୍ତି ତା ହେଲେ ଆପଣଙ୍କ ଆକାଉଣ୍ଟକୁ ୧୧ ତମ କିସ୍ତିର ଟଙ୍କା ଆସିବ ନାହିଁ । ଇ କେୱାଇସି କରାଇବା ସହିତ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆଧାର କାର୍ଡ ଡିଟେଲ୍ସ ପ୍ରଦାନ କରିବା ଦ୍ୱାରା ହିଁ ଆପଣ ନିଜର ଷ୍ଟାଟସ ଚେକ୍ କରିପାରିବେ । ଏହି ଲିଙ୍କhttps://pmkisan.gov.in/ ରେ କ୍ଲିକ୍ କରି ଆପଣ ପିଏମ୍ କିଷାନ ୱେବସାଇଟରେ ଯାଆନ୍ତୁ । ପୋର୍ଟାଲର ଡାହାଣ ପାଶ୍ୱର୍ରେ ଇ କେୱାଇସି ଲେଖା ହୋଇଥିବା ଦେଖିବାକୁ ମିଳିବ । ଏହାକୁ ଫଲୋ କଲେ ଆପଣ ଇ-କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ ।

Get real time updates directly on you device, subscribe now.