fbpx

ଘୁଷୁରି ପାଳନ ପାଇଁ ସରକାର ଦେଉଛନ୍ତି ୫୦% subsidy, ଏପରି କରିପାରିବେ ଆବେଦନ

Advertisement

ଓଡ଼ିଶା ଭାସ୍କର: କେନ୍ଦ୍ର ସରକାର ଡାଏରୀ ଫାର୍ମିଂ ଏବଂ କୁକୁଡ଼ା ପାଳନ ବ୍ୟତୀତ ଘୁଷୁରି ପାଳନ ପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ନ୍ୟାସନାଲ ଲାଇଭ୍ ଷ୍ଟକ୍ ମିଶନ ଅନ୍ତର୍ଗତ ସରକାର ଘୁଷୁରି ପାଳନ ପାଇଁ ଚାଷୀଙ୍କୁ ସବସିଡି ପ୍ରଦାନ କରୁଛନ୍ତି । କୃଷି ସହିତ ପଶୁପାଳନରୁ କୃଷକଙ୍କ ଆୟ ବୃଦ୍ଧି ଲକ୍ଷରେ ଏହି ଯୋଜନାକୁ ପ୍ରୋତ୍ସାହିତ କରାଯାଉଛି ।

ଏହି ସ୍କିମର ଲାଭ ଉଠାଇବା ପାଇଁ କୃଷକଙ୍କୁ ବିଭାଗର ଉଦ୍ୟମି ମିତ୍ରା ୱେବସାଇଟକୁ ଯାଇ ଅନଲାଇନ୍ ଫର୍ମ ପୁରଣ କରିବାକୁ ହେବ । ଏହା ବ୍ୟତୀତ କୃଷକଙ୍କୁ ଘୁଷୁରି ପାଳନ ପାଇଁ ପଞ୍ଜିକୃତ ଅନୁଷ୍ଠାନରୁ ଘୁଷୁରି ପାଳନର ତାଲିମ ନେବା ଆବଶ୍ୟକ । ଉକ୍ତ ଚାଷୀଙ୍କ ପାଖରେ ୨ ଏକର ଜମି ରହିବା ମଧ୍ୟ ଆବଶ୍ୟକ । ତେବେ ଜମି ଉପରେ କୌଣସି ପୂର୍ବ ଋଣ ରହି ନଥିବା ଉଚିତ । ଏହି ସ୍କିମ୍ ଅନ୍ତର୍ଗତ ଜଣେ ଚାଷୀ ୧୦୦ଟି ମାଇ ଏବଂ ୧୦ଟି ଅଣ୍ଡିରା ଘୁଷୁରି ପାଳନ କରିପାରିବେ । ଅପରପକ୍ଷରେ ଘୁଷୁରି ପାଳନ ପାଇଁ ଯଦି କୃଷକଙ୍କ ପାଖରେ କୌଣସି ଜମି ନାହିଁ ତେବେ ସେ ୧୦ ବର୍ଷ ପାଇଁ ପଞ୍ଜିକୃତ ଲିଜ୍ ଆଧାରରେ ଜମି ନେଇପାରିବେ ।

ବ୍ୟାଙ୍କ ନିଜ ସର୍ତ୍ତ ଅନୁଯାୟର ଋଣ ପ୍ରଦାନ କରିଥାଏ 

ଏହି ସ୍କିମ୍ ଅନ୍ତର୍ଗତ ଚାଷୀକୁ ୬୦ ଲକ୍ଷ ଟଙ୍କାର ଏକ ପ୍ରୋଜେକ୍ଟ ରିପୋର୍ଟ ଅନଲାଇନ୍ ଫର୍ମ ସମୟରେ ପ୍ରସ୍ତୁତ କରିବାକୁ ପଡ଼ିବ । ଏହା ପରେ ପଶୁ ଚିକିତ୍ସା ବିଭାଗର ଏକ ଟିମ୍ ଯାଞ୍ଚ୍ ପରେ ଏକ ରିପୋର୍ଟ ପ୍ରଦାନ କରିବେ । ଫର୍ମ ପୂରଣ ହେଲା ପରେ ସମ୍ବନ୍ଧିତ ବ୍ୟାଙ୍କକୁ ପଠାଯିବ ଏବଂ ଏହା ପରେ ବ୍ୟାଙ୍କ ନିଜ ସର୍ତ୍ତ ଅନୁଯାୟୀ ଚାଷୀଙ୍କୁ ଋଣ ପ୍ରଦାନ କରିଥାନ୍ତି । ତେବେ ଏହି ୬୦ ଲକ୍ଷ ଟଙ୍କା ସ୍କିମରେ ୬ ଲକ୍ଷ ଟଙ୍କା ଚଷୀର ଅଂଶଧନ ରହିଥିବା ବେଳେ ସେମାନେ ବ୍ୟାଙ୍କରୁ ୨୪ ଲକ୍ଷ ଟଙ୍କା ଋଣ ନେବା ପାଇଁ ବାଧ୍ୟ । କୃଷକ ୨୫% ଖର୍ଚ୍ଚ କରିବା ପରେ ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ରିଆତି ଚାଷୀଙ୍କ ଆକାଉଣ୍ଟରେ ଟ୍ରାନ୍ସଫର ହୋଇଯିବ । ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହେବା ପରେ ରିଆତିର ଦ୍ୱିତୀୟ କିସ୍ତି ଚାଷୀ ଖାତାକୁ ଟ୍ରାନ୍ସଫର କରାଯିବ ।

Get real time updates directly on you device, subscribe now.