fbpx

govt job ଗ୍ୟାରେଣ୍ଟି ! ଫେଲ ହେଲେ ୧୦୦% ଫି ରିଟର୍ଣ୍ଣ ପ୍ରତିଶ୍ରୁତି ମହଙ୍ଗା ପଡିଲା, କୋଟିପତି ରୁ ଭିକାରୀ

Advertisement

ନୂଆଦିଲ୍ଲୀ : ସରକାରୀ ଚାକିରି ପରୀକ୍ଷାରେ ସଫଳତାର ଗ୍ୟାରେଣ୍ଟି ଏକ ଘରୋଇ କୋଚିଂ ସେଣ୍ଟର ପାଇଁ ମହଙ୍ଗା ପଡିଛି । ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେଲେ ଶତପ୍ରତିଶତ ଫି ଫେରସ୍ତ କରିବାକୁ ଅନୁଷ୍ଠାନ ପ୍ରତିଶୃତି ଦେଇଥିଲା। ଏଭଳି ପରିସ୍ଥିତିରେ, ଯେତେବେଳେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଅଧିକାଂଶ ଛାତ୍ରଛାତ୍ରୀ ଫେଲ ହୋଇଥିଲେ, ସେତେବେଳେ କୋଟିପତି ମାଲିକର ଅବସ୍ଥା ଖରାପ ହୋଇଯାଇଥିଲା ।

ଚୀନର ଏକ କୋଚିଂ ସେଣ୍ଟର ‘ଅଫିସିଆଲ୍ ଏଜୁକେସନ୍ ଟେକ୍ନୋଲୋଜି’  ମା ଓ ପୁଅ ମିଶି ଚଲାଉଥିଲେ । ମା ଲୁ ଜୋଙ୍ଗଫଙ୍ଗ ଏବଂ ପୁଅ ଲି ଜୋଙ୍ଗଜିନ ମିଶିକି ଏହି କୋଚିଂ ସେଣ୍ଟର ନିର୍ମିତ କରିଥିଲେ । ଯାହାର ମୂଲ୍ୟ ୨୧ ବିଲିୟନ ଡଲାର ଥିଲା। କିନ୍ତୁ ସେମାନଙ୍କର ଗୋଟିଏ ପ୍ରତିଶ୍ରୁତି ସବୁ ନଷ୍ଟ କରିଦେଲା । ସେମାନଙ୍କ ବ୍ୟବସାୟ ମଡେଲରେ ଥିବା ତ୍ରୁଟି ହେତୁ ସେମାନେ ୨୦ ବିଲିୟନ ଡଲାର (ପ୍ରାୟ ୧.୬୦ ଲକ୍ଷ କୋଟି) ହରାଇବାକୁ ପଡିଲା । କୋଟିପତି ରୁ ଏବେ ରାସ୍ତାକଡ ଭିକାରୀ ।

ନଭେମ୍ବର ୨୦୧୯ ରେ ୧୦ ଲକ୍ଷ ଛାତ୍ରଛାତ୍ରୀ ଚୀନର ୨୪ ହଜାର ସରକାରୀ ପଦବୀ ପାଇଁ ପରୀକ୍ଷା ଦେଇଥିଲେ। ଏହ ପରେ ଆହୁରି ୩୭ ହଜାର ପଦବୀ ପାଇଁ ସେହି କୋଚିଂ ସେଣ୍ଟର ୨୬ ଲକ୍ଷ ଛତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଇଥିଲା । କିନ୍ତୁ କରୋନା ପାଇଁ ଏହି ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ ନାହିଁ । ସେହି ସମୟରେ କମ୍ପାନୀକୁ କ୍ଷତି ସହିବାକୁ ପଡିଲା ।

ଫି ରିଫଣ୍ଡ ପଲିସି କମ୍ପାନୀର ଅବନତି ଆରମ୍ଭ ହେଲା । ୨୦୧୯ ରେ ଫି ରିଫଣ୍ଡ ସଂଖ୍ୟା ହାରାହାରି ୪୪ ପ୍ରତିଶତ ଥିବା ବେଳେ ୨୦୨୨ ସୁଦ୍ଧା ୭୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ସମୟରେ କମ୍ପାନୀର ସେୟାର ୮୭ ପ୍ରତିଶତ ହ୍ରାସ ପାଇଛି। ଯାହା ଫଳରେ ପ୍ରାୟ ଦେଢ ଲକ୍ଷ କୋଟିରୁ ଅଧିକ କ୍ଷତି ସହିବାକୁ ପଡିଛି ।

Get real time updates directly on you device, subscribe now.