fbpx

ପୁଣିଥରେ ବ୍ୟାଙ୍କର ଘରୋଇ କରଣ ଉପରେ ଚିନ୍ତା କରୁଛନ୍ତି ସରକାର: ରିପୋର୍ଟ

ନୂଆଦିଲ୍ଲୀ: ଆଗମୀ ସମୟରେ କିଛି ସରକାରୀ ବ୍ୟାଙ୍କର ଘରୋଇ କରଣ କରିପାରନ୍ତି ସରକାର। ଏଥିପାଇଁ ବିକ୍ରି ପ୍ରକ୍ରିୟା ଖୁବ୍‌ଶିଘ୍ର ଆରମ୍ଭ ହୋଇପାରେ। ଏହାପାଇଁ ଏକ ପ୍ୟାନେଲ ଗଠନର ଆବଶ୍ୟକତା ରହିଛି। ଏହି ପ୍ୟାନେଲ ଘରୋଇ କରଣ ପାଇଁ ସରକାରୀ ବ୍ୟାଙ୍କର ତାଲିକା ପ୍ରସ୍ତୁତ କରିବ। ଇକୋନିମିକ୍ ଟାଇମ୍ସ ଖବର ଅନୁଯାୟୀ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ସରକାରୀ ବ୍ୟାଙ୍କ ବିକ୍ରି ଉପରେ ବିଚାର କରାଯାଇପାରେ। ଏହି ପ୍ୟାନେଲରେ ଡିପାର୍ଟମେଣ୍ଟ ଏବଂ ପବ୍ଲିକ୍ ଆସେଟ୍‌(ଡିଆଇପିଏଏମ୍‌) ବ୍ୟତିତ ରିଜର୍ଭ ବ୍ୟାଙ୍କ ଏବଂ ନୀତି ଆୟୋଗ ଅଧିକାରୀ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି।

ତେବେ ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଖବର ସହିତ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ, ସରକାର ଏପ୍ରକାର କୌଣସି ଯୋଜନା କରୁନାହାନ୍ତି। ଅର୍ଥମନ୍ତ୍ରଳାୟର ଜଣେ ଅଧିକାରି ‘ଇଣ୍ଡିଆ ଟୁଡେ’କୁ କହିଛନ୍ତି ଯେ, ପାଇପଲାଇନରେ ଚାଲିଥିବା କାର୍ଯ୍ୟ ସମାପ୍ତ କରିବାକୁ ଆମେ ଧ୍ୟାନ ଦେଉଛୁ ଏବଂ କୌଣସି ନୂତନ ସରକାରୀ କ୍ଷେତ୍ରର ଘରୋଇକରଣ ସହିତ ଆଗକୁ ବଢ଼ୁ ନାହୁଁ ବୋଲି ସେ କହିଛନ୍ତି। ବଜେଟ୍ ପରେ, ଏପ୍ରିଲ୍ ୨୦୨୧ ରେ ନୀତି ଆୟୋଗ ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣକୁ ବିନିଯୋଗ ବିଭାଗକୁ ସୁପାରିଶ କରିଥିଲେ।

ଏହା ଶୀତ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ IDBI ବ୍ୟାଙ୍କ ବିକ୍ରୟ ପ୍ରକ୍ରିୟାରେ DIPAM କାର୍ଯ୍ୟ କରୁଛି। IDBI ବ୍ୟାଙ୍କର ବିକ୍ରୟ ପ୍ରକ୍ରିୟା ଚଳିତ ଆର୍ଥିକ ବର୍ଷରେ ମାର୍ଚ୍ଚ ୩୧, ୨୦୨୪ ରେ ସମାପ୍ତ ହୋଇପାରେ। ସେପ୍ଟେମ୍ବରରେ ଆର୍ଥିକ ବିଡ୍ ଆହ୍ୱାନ କରିବାକୁ ସରକାର ଯୋଜନା କରୁଛନ୍ତି।

Get real time updates directly on you device, subscribe now.