fbpx

ପଦୋନ୍ନତି ପାଇଁ ଆରକ୍ଷଣ ଅନିବାର୍ଯ୍ୟ: ସୁପ୍ରିମକୋର୍ଟରେ ଜବାବ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଳୀ: ସରକାରୀ କର୍ମଚାରୀଙ୍କୁ ପ୍ରମୋସନ ପରେ ମିଳୁଥିବା ଆରକ୍ଷଣ ସପକ୍ଷରେ ଯୁକ୍ତି କରିଛନ୍ତି କେନ୍ଦ୍ର ସରକାର । ଗୋଟିଏ ପଟେ ଆରକ୍ଷଣ ଶେଷ କରିବା ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ଅନ୍ୟ ପଟେ ନିଜେ ସରକାର ଏହାକୁ ସମର୍ଥନ କରୁଛନ୍ତି । ୨୦୦୭ରେ କେନ୍ଦ୍ର ସରକାର ପ୍ରମୋସନ ସମୟରେ ଆରକ୍ଷଣକୁ ବିରୋଧ କରିଥିବା ବେଳେ ଚଳିତ ସରକାର ପ୍ରଦାନ କରିଥିବା ରିପୋର୍ଟରେ ଆରକ୍ଷଣକୁ ସମର୍ଥନ କରିଛନ୍ତି । ଏହା ସହିତ ସରକାର କହିଛନ୍ତି ଆରକ୍ଷଣ ଶେଷ କରିବା ଦ୍ୱାରା ଏହାର ପରିଣାମ ଭୟଙ୍କର ହୋଇପାରେ । ଏହା ଦ୍ୱାରା ଅଶାନ୍ତି ମଧ୍ୟ ବ୍ୟାପିବାର ସମ୍ଭାବନା ରହିଥିବା କୋର୍ଟଙ୍କ ନିକଟରେ ଉଲଖ କରିଛନ୍ତି ସରକାର ।

କୋଟା ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ଦ୍ୱାରା ଦରମା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯିବ । ଏପରି ଆମୂଳଚୂଳ ପରିବର୍ତ୍ତନ ଦ୍ୱାରା ବ୍ୟବସ୍ଥା ମଧ୍ୟ ଗଭୀର ଭାବେ ପ୍ରଭାବିତ ହେବ । କେନ୍ଦ୍ର ସରକାରଙ୍କ କହିବା ଅନୁସାରେ ଯେଉଁ ବ୍ୟବସ୍ଥା ପୂର୍ବରୁ ରହିଛି ତାହା ପ୍ରଚଳିତ ହେବା ଆବଶ୍ୟକ । ତେବେ ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ଚାକିରି ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ଆଉ ସଂରକ୍ଷଣ ଆବଶ୍ୟକ ନଥିବା ନେଇ ସର୍ବୋଚ୍ଚ କୋର୍ଟ ଯୁକ୍ତି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୧୭.୩ ପ୍ରତିଶତ ଅନୁସୂଚିତ ଜାତି ଏବଂ ୧୬.୫ ପ୍ରତିଶତ ଓବିସି ବର୍ଗର ବୋଲି ଜଣାପଡିଛି ।

Get real time updates directly on you device, subscribe now.