fbpx

ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସୁଯୋଗ, OSSSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଏହି ଲିଙ୍କକୁ ଯାଇ କରନ୍ତୁ ଆବେଦନ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ଚାକିରି କରିବାର ସୁଯୋଗ । ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ଏମ ଓ ବିସିଡବ୍ଲ୍ୟୁ ବିଭାଗ ଅଧୀନରେ ସରକାରୀ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ବିଭାଗର ଶିକ୍ଷକ ଏବଂ ସେବକ/ ସେବିକା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଦ୍ୟାଳୟ ଗୁଡ଼ିକରେ ଟିଜିଟି (କଳା), ଟିଜିଟି (ବିଜ୍ଞାନ-ପିସିଏମ୍), ଟିଜିଟି (ବିଜ୍ଞାନ-ସିନିଜେଡ୍), ସଂସ୍କୃତ ଶିକ୍ଷକ, ହିନ୍ଦୀ ଶିକ୍ଷକ, ଶାରୀରିକ ଶିକ୍ଷା ଶିକ୍ଷକ(ପିଇଟି), ଆଦିବାସୀ ଭାଷା ଶିକ୍ଷକ ଏବଂ ସେବକ/ସେବିକାରେ ୨୬୨୯ଟି ଜିଲ୍ଲା କ୍ୟାଡର ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ www.osssc.govt.in  ଅଫିସିଆଲ ୱେବସାଇଟକୁ ଯାଇ ଆଦେଦନ କରିପାରିବେ । ଏହି ୱେବସାଇଟରେ ଆବେଦନକାରୀ ଖାଲି ପଦବୀର ବିବରଣୀ, ଦରମାର ପରିମାଣ, ବୟସ, ଯୋଗ୍ୟତା ଏବଂ ଅନ୍ୟାନ୍ୟ ସର୍ତ୍ତାବଳୀ ଇତ୍ୟାଦିର ତଥ୍ୟ ପାଇପାରିବେ ।

ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସଏସସି ୱେବ ପୋର୍ଟାଲରେ ଲଗ ଇନ କରି ଅନଲାଇନ ଆବେଦନ କରିପାରିବେ । ତେବେ ଅନଲାଇନରେ ରେଜିଷ୍ଟ୍ରେସନ ଏବଂ ଫର୍ମ ପୂରଣ ପାଇଁ ଆରମ୍ଭ ତାରିଖ ୧.୦୪.୨୦୨୪ ଥିବା ବେଳେ ଏହାର ଶେଷ ତାରିଖ ୨୫.୦୪ ୨୦୨୪ ତାରିଖ ପର୍ଯ୍ୟନ୍ତ ରହିଛି । ସେହିପରି ଅନଲାଇନ ଆପ୍ଲିକେସନ ଦାଖଲ ପ୍ରକ୍ରିୟା ୧.୦୪.୨୦୨୪ ରେ ଆରମ୍ଭ ହୋଇ ୩୦.୦୪.୨୦୨୪ରେ ଶେଷ ହେବ ।

Get real time updates directly on you device, subscribe now.