ନୂଆଦିଲ୍ଲୀ: ଚଳିତ ଆର୍ôଥକ ବର୍ଷରେ ୪୪,୧୪୩ କୋଟି ଟଙ୍କା ଅତିରିକ୍ତ ନେଟ ନଗଦ ବ୍ୟୟ ପାଇଁ ସରକାର ଗୁରୁବାର ସଂସଦର ଅନୁମୋଦନ ଲୋଡିଛନ୍ତି । ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ୨୦୨୪-୨୫ ପାଇଁ ଅନୁଦାନ ପାଇଁ ପ୍ରଥମ ବ୍ୟାଚ୍ ସପ୍ଲିମେଣ୍ଟାରୀ ଦାବି ଉପସ୍ଥାପନ କରି ୮୭,୭୬୨.୫୬ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଅନୁମତି ଦେବାକୁ ଗୃହର ଅନୁମୋଦନ ଲୋଡିଛନ୍ତି ।
ଏଥିମଧ୍ୟରୁ ନିଟ୍ ନଗଦ ବ୍ୟୟ ସହିତ ଜଡିତ ପ୍ରସ୍ତାବଗୁଡିକ ମୋଟ ୪୪,୧୪୨.୮୭ କୋଟି ଟଙ୍କାର ରହିଛି । ଏହା ବ୍ୟତୀତ, ମନ୍ତ୍ରଣାଳୟ / ବିଭାଗର ସଞ୍ଚୟ କିମ୍ବା ବର୍ଦ୍ଧିତ ରସିଦ / ପୁନରୁଦ୍ଧାର ସହିତ ମୋଟ ଅତିରିକ୍ତ ଖର୍ଚ୍ଚ ହେଉଛି ୪୩,୬୧୮.୪୩ କୋଟି ଟଙ୍କା ରହିଛି । ଏଥିରେ ସାର ସବସିଡି ଯୋଜନା ପାଇଁ ୬,୫୯୩.୭୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମୋଦନ ମଧ୍ୟ ଅନ୍ତର୍ଭୁକ୍ତ ।