fbpx

(Video)‘ଭୋଟ ନ ଦେଉଥିବା ଲୋକଙ୍କ ଉପରେ ସରକାର ଟିକସ ଲାଗୁ କରିବା ଉଚିତ୍‌’: ମତଦାନ ପରେ ଏପରି କହିଲେ ପରେଶ ରାୱଲ

ନୂଆଦିଲ୍ଲୀ: ଆଜି ଦେଶରେ ୫ମ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହାରି ମଧ୍ୟରେ ଅନେକ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ ନେତା-ମନ୍ତ୍ରୀ ଭୋଟ ଦେଉଛନ୍ତି । ତେବେ ବଲିଉଡ ଅଭିନେତା ପରେଶ ରାୱଲ ଆଜି ମୁମ୍ବାଇରେ ଭୋଟ ଦେଇଛନ୍ତି । ଭୋଟ ଦେଇସାରିବା ପରେ ସେ ନିଜର ମତବ୍ୟକ୍ତ କରିଛନ୍ତି ।

ଭୋଟ ଦେଇସାରିବା ପରେ ଅଭିନେତା ପରେଶ ରାୱଲ କହିଛନ୍ତି ଯେ, କେବଳ ୫ ବର୍ଷ ନୁହେଁ ଆଗାମୀ ୫୦ ବର୍ଷରେ ଦେଶର ବିକାଶ ପାଇଁ ଚିନ୍ତା କରନ୍ତୁ ଏବଂ ଭୋଟ ଦିଅନ୍ତୁ ବୋଲି କହିଛନ୍ତି । ସେହିପରି ସେ ଆଗକୁ କହିଛନ୍ତି, ଆୟକର ଲାଗୁ ହେବା ପରି ଯେଉଁମାନେ ଭୋଟ ଦିଅନ୍ତି ନାହିଁ ସେମାନଙ୍କ ଉପରେ ଟିକସ ଲାଗୁ କରିବା ଉଚିତ । ତେବେ ପରେଶ ରାୱଲଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏଥିସହ ଅନେକ ଅଭିନେତା ଅଭିନେତ୍ରୀ ଏବଂ ଶିଳ୍ପପତି ଭୋଟ ଦେଇଛନ୍ତି । ଅନୀଲ ଅମ୍ବାନୀ ସାଧାରଣ ଲୋକଙ୍କ ଧାଡିରେ ଛିଡା ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ସେହିପରି ଅକ୍ଷୟ କୁମାର, ଜାନଭୀ କପୁର ଏବଂ ରାଜ କୁମାରଙ୍କ ଭଳି ଅଭିନେତା ଏବଂ ଅଭିନେତ୍ରୀ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଛନ୍ତି ।

Get real time updates directly on you device, subscribe now.