fbpx

ପ୍ରତ୍ୟେକ ମାସ ୩୦୦୦ ଟଙ୍କା ଦେବେ ସରକାର: କୃଷକଙ୍କ ପାଇଁ ଯୋଜନା, ଜାଣନ୍ତୁ କିପରି ମିଳିବ ଫାଇଦା

ଓଡ଼ିଶା ଭାସ୍କର: ଦେଶର ସମସ୍ତ ବର୍ଗର ନାଗରିକ ମାନଙ୍କ ପାଇଁ ନାନା ଯୋଜନା ଆରମ୍ଭ କରୁଛନ୍ତି । ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ତେଣୁ ଭାରତ ସରକାରଙ୍କ ତରଫରୁ କୃଷକମାନଙ୍କ ପାଇଁ ମଧ୍ୟ ଅନେକ ଯୋଜନା ଚଳାଇଛନ୍ତି ସରକାର । ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଦେଶର କୋଟି କୋଟି କୃଷକ ଆର୍ଥିକ ସହାୟତା ପାଇ ପାରୁଛନ୍ତି । ତେବେ ଏହିଭଳି ଆଉ ଏକ ଯୋଜନା ହେଉଛି ପିଏମ କିସାନ ମାନଧନ ଯୋଜନା । ଏହି ଯୋଜନାରେ କୃଷକମାନଙ୍କୁ ପେନସନ୍ ପ୍ରଦାନ କରାଯାଉଛି ।

ଦେଶରେ ଅନେକ କୃଷକଙ୍କ ଆୟ ଖୁବ କମ୍ ହୋଇଥାଏ । ଏହାବ୍ୟତୀତ ଚାଷ କରିବା ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ଜମି ମଧ୍ୟ ନାହିଁ । ତେବେ ଏହି କୃଷକମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସେମାନଙ୍କ ପାଇଁ ପିଏମ କିସାନ ମାନଧନ ଯୋଜନା ପ୍ରଣୟନ କରିଛନ୍ତି । ବୃଦ୍ଧାବସ୍ଥା ସମୟରେ ସେମାନଙ୍କ ପେନସନ୍ ପ୍ରଦାନ କରିବା ପାଇଁ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ କୃଷକମାନଙ୍କୁ ୬୦ ବର୍ଷ ପରେ ମାସିକ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି ।

୨୦୧୯ ମସିହା ସେପ୍ଟେମ୍ବର ୧୯ ତାରିଖରେ ଏହି ଯୋଜନା ଲଞ୍ଚ୍ କରିଥିଲେ କେନ୍ଦ୍ର ସରକାର । ବୃଦ୍ଧାବସ୍ଥାରେ ପେନସନ୍ ପାଇଁ ଗରିବ କୃଷକମାନଙ୍କୁ ଆର୍ତିକ ସହାୟତା ପ୍ରଦାନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଯେଉଁ କୃଷକମାନଙ୍କ ପାଖରେ ୨ ହେକ୍ଟର ବା ତା’ଠାରୁ କମ୍ ଜମି ରହିଥାଏ, ସେହିଭଳି ଛୋଟ ଏବଂ ସୀମାନ୍ତ କୃଷକ ଏହି ଯୋଜନାର ଫାଇଦା ଉଠାଇପାରିବେ । ଏଥିପାଇଁ ଆବେଦନକାରୀଙ୍କ ୨୦ରୁ ୪୨ ବର୍ଷ ମଧ୍ୟରେ ବୟସ ଅନୁସାରେ ୫୫ ଟଙ୍କାରୁ ୨୦୦ ଟଙ୍କା ଲେଖାଏଁ ମାସିକ ଜମା କରିବାକୁ ପଡ଼ିବ । ତେବେ ୬୦ ବର୍ଷ ବୟସ ପରେ କୃଷକଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ପେନସନ୍ ଆକାରରେ ପ୍ରଦାନ କରାଯାଏ ।

କ’ଣ ରହିଛି ସର୍ତ୍ତ?

  • କୃଷକଙ୍କ ପାଖରେ ଚାଷ କରିବା ପାଇଁ ୨ ହେକ୍ଟର ବା କମ୍ ଜମି ଥିବା ଆବଶ୍ୟକ, କେବଳ ଏହି କୃଷକମାନେ ହିଁ ଯୋଜନାର ଫାଇଦା ପାଇପାରିବେ ।
  • ଆବେଦନକାରୀଙ୍କ ମାସିକ ଆୟ ୧୫,୦୦୦ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ ।
  • ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ୪୦ ବର୍ଷ ବୟସ ହୋଇଥିବା ଆବଶ୍ୟକ
  • ଆବେଦନକାରୀ ଜଣେ କରଦାତା ହୋଇ ନଥିବେ ।
  • ଆବେଦନକାରୀ EPFO, NPS ଏବଂ ESIC ଅନ୍ତର୍ଗତ କଭର ହୋଇ ନଥିବା ଉଚିତ୍
  • ଆବେଦନକାରୀଙ୍କ ପାଖରେ ମୋବାଇଲ ଫୋନ୍, ଆଧାର ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ଥିବା ନିହାତି ଆବଶ୍ୟକ

Get real time updates directly on you device, subscribe now.