fbpx

ଘରୋଇ ଉତ୍ପାଦକଙ୍କୁ ବଳ ଯୋଗାଇବେ ସରକାର: ୩୫,୦୦୦ ଟଙ୍କା ଖର୍ଚ୍ଚ କରି PIL ସ୍କିମ୍ ବିସ୍ତାର କରିବାକୁ ଯୋଜନା

Advertisement

ନୂଆଦିଲ୍ଲୀ: ଘରୋଇ ଉତ୍ପାଦକ ମାନଙ୍କ ଅଭିବୃଦ୍ଧି ତଥା ନିଯୁକ୍ତି ସୃଷ୍ଟି କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ପିଆଇଏଲ’କୁ ବିସ୍ତାର କରିବାକୁ ସରକାର ଯୋଜନା କରୁଛନ୍ତି । ଏଥି ପାଇଁ ସରକାର ପ୍ରାୟ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରନ୍ତି । ଏହି କ୍ଷେତ୍ରଗୁଡିକରେ ଚମଡା, ସାଇକେଲ, ଟିକା ସାମଗ୍ରୀ ଏବଂ କିଛି ଟେଲିକମ୍ ଉତ୍ପାଦ ସାମିଲ ବୋଲି ଜଣେ ଅଧିକାରୀଙ୍କ ସୂଚନା ଆଧାରରେ ପିଟିଆଇ ରିପୋର୍ଟ କରିଛି।

ସେହିପରି ଖେଳନା, ରାସାୟନିକ ପଦାର୍ଥ ଏବଂ ପରିବହନ ପରିବହନ ପାତ୍ର ପାଇଁ ପିଆଇଏଲ (ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ) ସୁବିଧା ପାଇଁ ମଧ୍ୟ ବିଚାର କରାଯାଉଛି । ଏହି ପ୍ରସ୍ତାବ ଗୁଡ଼ିକ ପାଇଁ ବର୍ତ୍ତମାନ ବିଭିନ୍ନ ମନ୍ତ୍ରୀମଣ୍ଡଳ ମଧ୍ୟରେ ବିଚାର ବିମର୍ଷ ଚାଲିଛି । ପୁର୍ବରୁ ସରକାର ୧୪ ଟି କ୍ଷେତ୍ର ପାଇଁ ୨ ଲକ୍ଷ କୋଟି ଟଙ୍କା ଅନୁମୋଦନ କରି ସାରିଛନ୍ତି । ଏଥିରେ ଅଟୋମୋବାଇଲ୍ ଏବଂ ଅଟୋ ଉପାଦାନ ସାମଗ୍ରୀ, ଫାର୍ମା, ବସ୍ତ୍ର, ଖାଦ୍ୟ ପଦାର୍ଥ, ଉଚ୍ଚ ଦକ୍ଷତା ସୋଲାର ପିଭି ମଡ୍ୟୁଲ୍, ଅଗ୍ରୀମ ରସାୟନ ବିଜ୍ଞାନ ସେଲ୍ ଏବଂ ସ୍ପେସିଆଲିଟି ଷ୍ଟିଲ୍ ମଧ୍ୟ ସାମିଲ ରହିଛି ।

ତେବେ ଅଧିକାରୀ ଜଣକ କହିଛନ୍ତି ଯେ, ଏହି ଦୁଇ ଲକ୍ଷ କୋଟିରୁ କିଛି ଟଙ୍କା ବଳକା ରହିଛି । ଯାହାକୁ ଅନ୍ୟ କ୍ଷେତ୍ର ଗୁଡ଼ିକ ଉପରେ ବିନିଯୋଗ କରିବାକୁ ସରକାର ଯୋଜନା କରୁଛନ୍ତି । ଘରୋଇ ଉତ୍ପାଦନକୁ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତାମୂଳକ କରିବା ଏବଂ ଉତ୍ପାଦନରେ ବିଶ୍ୱ ସ୍ତରୀୟ ଉତ୍ପାଦ ସୃଷ୍ଟି କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ପିଏଲଆଇ ଯୋଜନା ଅଧୀନରେ ପ୍ରୋତ୍ସାହନ ରାଶି ଅଧିକ କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ସରକାର କାର୍ୟ୍ୟ କରୁଛନ୍ତି ବୋଲି ଗତ ମାସରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଥିଲେ ।

 

 

 

 

Get real time updates directly on you device, subscribe now.