ଏଲନ ମସ୍କଙ୍କ X.AIରେ ନିଯୁକ୍ତି ସୁଯୋଗ, ଘଣ୍ଟାକୁ ପାରିଶ୍ରମିକ ୫,୦୦୦ ଟଙ୍କା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ତଥା ଟେଲସାର ମାଲିକ ଏଲନ ମସ୍କ ବାଣ୍ଟୁଛନ୍ତି ଚାକିରି । ଦୁନିଆର କୌଣସି ବି କୋଣରୁ ଲୋକେ ତାଙ୍କ କମ୍ପାନୀ ଏକ୍ସ.ଏଆଇରେ କାମ କରିପାରିବେ । ଏଥିପାଇଁ ପ୍ରତି ଘଣ୍ଟା ୫ ହଜାର ପାରିଶ୍ରମିକ ମିଳିବ । ଏଥିରେ ଜଣେ ଏଆଇ ଟ୍ୟୁଟର ଭାବେ ଆପଣ ଏକ୍ସ ଏଆଇର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମକୁ ସଠିକ ରୂପେ ଶିଖାଇବାରେ ସହାୟତା କରିବେ ।

ଏକ୍ସଏଆଇ ମିଶନ ଦୁନିଆକୁ ବୁଝେଇବା ବାଲା ଏଆଇ ତିଆରି କରିବା । ଜଣେ ଏଆଇ ଟ୍ୟୁଟର ଭାବେ ଆପଣଙ୍କ କାମ ହେବ ଏଆଇକୁ ଏକ ସ୍ପଷ୍ଟ ଡାଟା ଦେବା, ଯେଉଁଥିରେ ଏଆଇ ଶିଖିପାରିବ । ଏଆଇ ଟ୍ୟୁଟରକୁ ଟେକ୍ନିକାଲ ଟିମ ସହ ମିଶି ଡାଟା ସଂଗ୍ରହ କରିବାକୁ ହେବ ଓ ଏହାକୁ ସଠିକ ରୂପେ ସଂଗଠିତ କରିବାକୁ ହେବ । ଏଆଇ ଟ୍ୟୁଟରଙ୍କୁ ସୁନିଶ୍ଚିତ କରିବାକୁ ହେବ କି ଡାଟା ଉତ୍ତମ କ୍ୱାଲିଟିର ହେବା ଜରୁରୀ ।

ମସ୍କଙ୍କ ଏହି କମ୍ପାନୀ ଏମିତି ଲୋକଙ୍କୁ ଖୋଜୁଛି, ଯିଏ ଭଳ ଇଂଗ୍ରାଜୀ ପଢି, ଲେଖିବାର କ୍ଷମତା ରଖୁଥିବେ । ଟେକ୍ନୋଲୋଜି ଉପରେ ଅଧିକ ଜ୍ଞାନର ଆବଶ୍ୟକତା ନାହିଁ, ହେଲେ ଯଦି ଆପଣ ଆଗରୁ ଲେଖାପଢା, ସାମ୍ବାଦିକତା କାମ କରିଛନ୍ତି ବା ଆପଣଙ୍କ ନିକଟରେ ଭଲ ରିସର୍ଚ୍ଚ ଖସଡା ରହିଛି, ତେବେ ଏହା ବହୁ ଫାଇଦା ଦେବ । ଆପଣଙ୍କର ବିଭିନ୍ନ ସ୍ରୋତରୁ ତଥ୍ୟ ସଂଗ୍ରହ କରିବା କୌଶଳ ଜାଣିଥିବା ଦରକାର । କାରଣ ଏହି ଚାକିରିରେ ଆପଣଙ୍କୁ ଅନେକ କଣ୍ଟେଟ ରିସର୍ଚ୍ଚ କରିବାକୁ ହେବ ଓ ସେସବୁକୁ ଲେବଲ କରିବାକୁ ହେବ ।

ଏକ୍ସଏଆଇ ଚାକିରି ଜଣେ ଅପହଞ୍ଚ କ୍ଷେତ୍ରରେ ଥାଇ ବି କରିପାରିବେ । ତେବେ ଏଥିପାଇଁ ଏକ ୧୫ ଦିନିଆ ଟ୍ରେନିଂ ନେବାକୁ ପଡିବ । ଏହା ପରେ ଘରୁ କାମ କରିବେ । ଟ୍ରେନିଂର ସମୟ ସକାଳ ୯ଟାରୁ ସଂଧ୍ୟା ୫.୩୦ । ଏହା ପରେ ଘରୁ କାମ କରିବା ପରେ ନିଜ ହିସାବରେ କାମ କରିବେ । ଏହି କାମରେ ଘଣ୍ଟାକୁ ୩୫ରୁ ଦ୬୫ ଡଲାର ବା ୫ ହଜାର ଟଙ୍କା ମିଳିବ ।

ଏହା ବ୍ୟତିତ ଏକଏଆଇ ଆପଣଙ୍କୁ ମେଡିକାଲ, ଡେଣ୍ଟାଲ ଓ ଭିଜନ ବୀମା ସୁଯୋଗ ଦେବ । ଯଦି ଆପଣଙ୍କୁ ଟେକ୍ନୋଲୋଜି ପସନ୍ଦ, ଡାଟା ନୋଟିଂ ଓ ଅର୍ଗାନାଇଜ କରିପାରିବେ, ତେବେ ଏହି କାମ ଆପଣଙ୍କ ପାଇଁ ବେଶ ଭଲ ହେବ । ଏହା ଜରିଆରେ ଏଆଇର ଭବିଷ୍ୟତ ରେକର୍ଡରେ ସହାୟତା କରିପାରିବେ ।

Get real time updates directly on you device, subscribe now.