fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କଲା ଗ୍ରୀସ୍ , ମୋଦି କହିଲେ…

ଓଡିଶା ଭାସ୍କର; ୪୦ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତ କରିଛନ୍ତି । ବ୍ରିକ୍ସ ସମ୍ମିଳନୀରେ ଭାଗ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଏକ ଦିବସୀୟ ଯାତ୍ରାରେ ଆଜି ଗ୍ରୀସ୍ ପହଞ୍ଚିସାରିଛନ୍ତି । ଗ୍ରୀସର ରାଜଧାନୀ ଏଥେନସ୍ ରେ ପ୍ରଥମେ ପ୍ରଧାନମନ୍ତ୍ରୀ ପହଞ୍ଚିଥିଲେ । ଏହି ଅବସରରେ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭବ୍ୟ ସ୍ୱାଗତ କରାଯାଇଛି । ଗ୍ରୀସର ପ୍ରଧାନମନ୍ତ୍ରୀ କିରିୟାକୋସ ମିତ୍ସୋଟାକିସଙ୍କ ବିଶେଷ ଆମନ୍ତ୍ରଣ ପାଇ ମୋଦୀ ଗ୍ରୀସ ଗସ୍ତ କରିଛନ୍ତି । ଗ୍ରୀସର ବିଦେଶ ମନ୍ତ୍ରୀ ଜର୍ଜ ଗେରାପେତ୍ରିଟିସ୍ ଏଥେନ୍ସ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଗତ କରିଛନ୍ତି ।

ଆଜିର ଗ୍ରୀସ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ।

 

ଏହି ସମ୍ମାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ, ଗ୍ରୀସ୍ ସରକାର ଓ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ତାଙ୍କୁ ଏହି ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରି ଗ୍ରୀସ୍ ଜନସାଧାରଣ ଭାରତ ପ୍ରତି ସମ୍ମାନ ଜଣାଇଛନ୍ତି ।

୧୯୭୫ ମସିହାରେ ଏହି ଅର୍ଡର ଅଫ୍ ଅନର ସ୍ଥାପିତ ହୋଇଥିଲା । ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର ଗ୍ରୀସର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରନ୍ତି । ଯେଉଁମାନେ ସେମାନଙ୍କର ଉଲ୍ଲେଖନୀୟ ପଦବୀ କାରଣରୁ ଗ୍ରୀସର ମର୍ୟ୍ୟାଦା ବୃଦ୍ଧି କରିବାରେ ଅବଦାନ ଦେଇଥାନ୍ତି । ପ୍ରଶଂସାପତ୍ରରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ବନ୍ଧୁମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଯିଏ କି ନିଜ ଦେଶର ବିଶ୍ୱସ୍ତରୀୟ ପହଞ୍ଚକୁ ନିରନ୍ତର ପ୍ରୋତ୍ସାହନ ଦେଇଛନ୍ତି ଏବଂ ଯିଏ ଭାରତର ଅର୍ଥନୈତିକ ପ୍ରଗତି ଏବଂ ସମୃଦ୍ଧି ପାଇଁ ଶୃଙ୍ଖଳିତ ଭାବରେ କାର୍ୟ୍ୟ କରୁଛନ୍ତି ଏବଂ ଦେଶରେ ସାହସିକ ସଂସ୍କାର ଆଣିଛନ୍ତି । ଜଣେ ରାଷ୍ଟ୍ରନେତା ଯିଏ କି ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନକୁ ଅନ୍ତର୍ଜାତୀୟ ସ୍ତରରେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.