fbpx
BSKY
BJD MC SKY
BJD MS SKY

ମାର୍କେଟକୁ ଆସୁଛି ଗ୍ରୀନ ସିମେଣ୍ଟ: ଇକୋ ଫ୍ରେଣ୍ଡଲି ସହିତ ଜାଣନ୍ତୁ କ’ଣ ରହିଛି ଫିଚର

ଓଡିଶା ଭାସ୍କର: ଭାରତର ଅନେକ ଅଞ୍ଚଳରେ ପ୍ରଦୂଷଣ ବଢିବାରେ ଲାଗିଛି । ଯାହା ଫଳରେ ପର୍ଯ୍ୟାବରଣରେ ମଧ୍ୟ ନାନା ପ୍ରକାରର କ୍ଷତି ପରିଲକ୍ଷିତ ହେଉଛି । ତେବେ କିଛି ଲୋକ ବିଶେଷ କରି ଦେଶର ବୈଜ୍ଞାନିକମାନେ ପର୍ଯ୍ୟାବରଣକୁ ରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥାନ୍ତି । ଏବେ ସେହିଭଳି ଏକ ବଡ ପଦକ୍ଷେପ ନେଇଛନ୍ତି ବୈଜ୍ଞାନିକ । ରେଗୁଲାର ସିମେଣ୍ଟ ବଦଳରେ ଏହାର ଏକ ବିକଳ୍ପ ସିମେଣ୍ଟ ଉଦ୍ଭାବନ କରିଥିବା ଜାଣିବାକୁ ମିଳିଛି ।

ପ୍ରଦୂଷଣ ବୃଦ୍ଧି କରିବାରେ କଳକାରଖାନା ମଧ୍ୟ ଅନେକ ମାତ୍ରାରେ ଦାୟୀ ହୋଇଥାଏ । ଏଥିରୁ ନିର୍ଗତ ପ୍ରଦୂଷଣ ଖୁବ ଘାତକ ହୋଇଥାଏ । ଏହାକୁ ଲକ୍ଷ୍ୟ କରି ରେଗୁଲାର ସିମେଣ୍ଟର ବିକଳ୍ପ ଭାବରେ ଅନ୍ୟ ଏକ ସିମେଣ୍ଟ ପ୍ରସ୍ତୁତ କରାଯାଇଛି । ନବରତ୍ନ ଗ୍ରୁପ ତରଫରୁ ଗ୍ରୀନ ସିମେଣ୍ଟ ପ୍ରସ୍ତୁତ କରିଛି । ଏଥିରେ ଜିରୋ କାର୍ବନ ନିର୍ଗମନ ଉତ୍ପାଦ ବ୍ୟତୀତ ଏକ ସୀମାମୁକ୍ତ ସାମଗ୍ରୀ ହୋଇଥାଏ । ଏନଜିସିଆଇପିଏଲର “ଗ୍ରୀନ କ୍ରେତେ’ ଉତ୍ପାଦରେ ଗୁଣବତ୍ତା ସାଂଘାତିକ ନୁହେଁ । ଏହାସହିତ ଏହି ସିମେଣ୍ଟ ନିର୍ମାଣର ଖର୍ଚ୍ଚ ମଧ୍ୟ ହ୍ରାସ କରିବ ।

ନବରତ୍ନ ଗ୍ରୁପ ଅଫ କମ୍ପାନୀର ସିଇଓ ହିମାଂଶ ବର୍ମା ଏହା ମାଧ୍ୟମରେ ନିର୍ମାଣ ଶିଳ୍ପକୁ ପରିବେଶ ଅନୁକୂଳ କରିବାର ସ୍ୱପ୍ନ ସାକାର କରିଛନ୍ତି । ତାଙ୍କ କହିବା ଅନୁସାରେ, ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶେଷଣ ଦୁନିଆରେ ଏକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି । ତେବେ ଏହାକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି କମ୍ପାନୀ ଏବଂ ଏହାର ବିଶେଷଜ୍ଞଏହି ଗ୍ରୀନ ସିମେଣ୍ଟକୁ ପ୍ରସ୍ତୁତ କରିଛନ୍ତି । ଏହା ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିବାର କ୍ଷମତା ରଖିଥିବା କହିଛନ୍ତି ହିମାଂଶ ବର୍ମା ।

Get real time updates directly on you device, subscribe now.