fbpx

ବିଦ୍ୟୁତ ତାରରେ ଲାଗି ଛଟପଟ ହେଉଥିଲା ଗୋଟିଏ ଗାଈ, ଯୁବକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଞ୍ଚିଗଲା ଗୋଟିଏ ଜୀବନ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ଅନେକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତେବେ ଗୋଟିଏ ଗାଈକୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି ଜଣେ ସାହସୀ ଯୁବକ । ଏଥିପାଇଁ ସମସ୍ତେ ଉକ୍ତ ଯୁବକୀଙ୍କୁ ପ୍ରଶଂସା କରୁଛନ୍ତି । ଯୁବକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଜି ଗୋଟିଏ ଗାଈର ଜୀବନ ବଞ୍ଚି ପାରିଛି । ଏହି ଘଟଣାର ଭିଡିଓ ଟ୍ୱିଟରରେ ଶେୟାର କରାଯାଇଛି ।

ଭିଡିଓରେ ଦେଖାଯାଉଛି, ଏକ ଜଳମଗ୍ନ ରାସ୍ତାକଡ଼ରେ ଗାଈଟିଏ ଯାଉଥିଲା । ହଠାତ୍ ଗାଈଟି ଏକ ବିଦ୍ୟୁତ ଖୁଣ୍ଟରେ ହଠାତ୍ ଲାଗିଯାଇ ତଳେ ପଡ଼ିଯାଇଥିଲା । ଗାଈଟି ଦେହରେ ଏତେମାତ୍ରାରେ ବିଦ୍ୟୁତ କରେଣ୍ଟ ଲାଗିଥିଲା ଯେ ସେ ତଳେ ପଡ଼ି ଖାଲି ଛଟପଟ ହେବାରେ ଲାଗିଥିଲା ।

ତେବେ ଏହି ସମୟରେ ଜଣେ ଯୁବକ ନିଜର ଜୀବନକୁ ଭୟ ନକରି ଉପସ୍ଥିତି ବୁଦ୍ଧି ପ୍ରୟୋଗ କରିଥିଲେ । ସେ ଏକ ଶୁଖିଲା କପଡ଼ାରେ ତଳେ ପଡ଼ିଥିବା ଗାଈର ଗୋଡ଼କୁ ଧରି ଭିଡ଼ିବାରେ ଲାଗିଥିଲେ । ଏହି ସମୟରେ ଆଉ କିଛି ଲୋକ ଉକ୍ତ ଯୁବକଙ୍କୁ ମଧ୍ୟ ସହାୟତା କରିଥିଲେ ।

ଶେଷରେ ସମସ୍ତଙ୍କର ଉଦ୍ୟମ ସଫଳ ହୋଇଥିଲା ଓ ଗାଈଟି ବିଦ୍ୟୁତ କରେଣ୍ଟରୁ ମୁକ୍ତି ପାଇଥିଲା । ଏହାପରେ ଗାଈଟି ସୁସ୍ଥ ହୋଇ ଚଲାବୁଲା କରୁଥିବାର ଦେଖାଯାଇଥିଲା । ତେବେ ରାସ୍ତା ସାରା ପାଣି ଭର୍ତ୍ତି ହୋଇଥିବାରୁ ବିଦ୍ୟୁତ ସଂଯୋଗ ହେବାର ଆଶଙ୍କା ରହିଥିଲା । ମାତ୍ର ଏହାକୁ ତିଳେମାତ୍ର ଖାତିର ନକରି ଗାଈକୁ ରକ୍ଷା କରିବାକୁ ଆଗେଇ ଆସିଥିବା ଯୁବକଙ୍କୁ ଏବେ ସମସ୍ତେ ପ୍ରଶଂସା କରୁଥିବାର ଦେଖାଯାଉଛି ।

Get real time updates directly on you device, subscribe now.