fbpx

ଅନାଥ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ‘ଗ୍ରୀନ ପ୍ୟାସେଜ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ‘ଗ୍ରୀନ ପ୍ୟାସେଜ୍’ କରିଛନ୍ତି । ଅନାଥ ପିଲାମାନଙ୍କ ଭରଣପୋଷଣ କରୁଥିବା ଆତ୍ମୀୟ ସ୍ୱଜନ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ସେମାନଙ୍କୁ ଆଉଟ୍ ଅଫ୍ ଟର୍ଣ୍ଣ ରେ ଘର ମଞ୍ଜୁରୀ ମିଳିବ । ପିଲାଙ୍କ ସମ୍ପତ୍ତି ର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ତହସିଲଦାର ଓ ପୋଲିସ ସହ ସମନ୍ବୟ ରଖି ଆବଶ୍ୟକ ପଦକ୍ଷେପ ନେବେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହି ପିଲାର ଭଲ ମନ୍ଦ ଉପରେ ନଜର୍ ରଖବେ । ଏହି ପିଲାମାନଙ୍କ ପାଇଁ ବିଜୁ ଶିଶୁ ସୁରକ୍ଷା, ଜୁଭେନାଇଲ୍ ଜଷ୍ଟିସ୍ ଫଣ୍ଡରୁ ଆବଶ୍ୟକ ସ୍ଥଳରେ ସହାୟତା ଦିଆଯିବ ।

ଯଦି ପିଲାମାନେ ଆତ୍ମୀୟଙ୍କ ପାଖରେ ନରହି ଶିଶୁ ସୁରକ୍ଷା ଅନୁଷ୍ଠାନରେ ରୁହନ୍ତି ତେବେ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ । ପିଲାର ମାଗଣା ଯତ୍ନ ଏବଂ ଅନ୍ୟାନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ । ଯଦି ସେଠାରୁ ପିଲାଙ୍କୁ କିଏ ପୋଷ୍ୟ ବୋଲି ଗ୍ରହଣ କରନ୍ତି ତେବେ ଆଉ ସହାୟତା ଦିଆଯିବ ନାହିଁ । ପିଲାର ମାଆ ଯଦି ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ । ଏହା ସହିତ ଉଭୟଙ୍କୁ ସେମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ମଧ୍ୟ ମିଳିବ । ଏତଦ୍ ବ୍ୟତୀତ ମାଗଣା ଶିଷା ସ୍ଵାସ୍ଥ୍ୟ ଵୀମା ଆଦି ଉପର ବର୍ଣ୍ଣିତ ସମସ୍ତ ସୁବିଧା ପିଲାକୁ ମିଳିବ ।

Get real time updates directly on you device, subscribe now.