fbpx

ପ୍ରେମ ପାଇଁ ହସି ହସି କଲା ହତ୍ୟା; ଅନ୍ୟତ୍ର ବିବାହ କଲା ପ୍ରେମିକ, ଘରେ ପଶି କନିଆର ବେକ କାଟିଦେଲା ପ୍ରେମିକା

ବାରାଣାସୀ: ‘ତୁମ୍ ଅଗର୍ ମୁଝକୋ ନ ଚାହୋ ତୋ କୋଇ ବାତ୍ ନେହିଁ, କିସି ଅର୍ କୋ ଚାହୋଗୀ ତୋ ମୁସ୍କିଲ୍ ହୋଗୀ’ ବଲିଉଡ୍ ର ଏକ ପୁରୁଣା ଫିଲ୍ମ ଗୀତର ଏହି ପଦ ଆଜି ବି ଭୁଲ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଠିକ୍ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ପ୍ରେମିକା ବଲିଉଡ୍ ଚଳଚ୍ଚିତ୍ର ଭଳି ଏକ କାଣ୍ଡ ଘଟାଇଲେ ଯେ ଯିଏ ଘଟଣାସ୍ଥଳରେ କନିଆର ଅବସ୍ଥା ଦେଖିଲେ ଛାତି ଥରି ଉଠିବ।

ୟୁପିର ବନାରସରୁ ସାମ୍ନାକୁ ଆସିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା। ନିଜ ପ୍ରେମିକ ଅନ୍ୟତ୍ର ବିବାହ କରୁଥିବାରୁ ରାଗି ଯାଇ ପତ୍ନୀଙ୍କ ଗଳା କାଟି ଦେଇଛି ପ୍ରେମିକା। ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରିୟା ଶର୍ମା ଓ ତାଙ୍କ ପ୍ରେମିକ ବବଲୁଙ୍କୁ ଗିରଫ କରିଛି ପୋଲିସ। ସେପଟେ ପରିବାର ଲୋକେ ବୋହୂକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବୋହୂଙ୍କୁ ହରାଇଥିବା ପୀଡ଼ିତାଙ୍କ ମା’ କହିଛନ୍ତି, ମେ ୧୯ ତାରିଖରେ ପୁଅର ବିବାହ ‘ରୋଶନ ଜାହାଁ’ଙ୍କ ସହ ହୋଇଥିଲା।

କିଛି ଦିନ ବାପ ଘରେ ରହିବା ପରେ ବୋହୂ ଘରକୁ ଫେରିଆସିଥିଲେ। ଯେତେବେଳେ ବୋହୂ ଓ ପୁଅ ଉପର ମହଲାର କୋଠରୀରେ ଶୋଇଥିଲେ। ଏହାପରେ ବୁଧବାର ସକାଳେ ପୁଅର ପୁରୁଣା ପ୍ରେମିକା ପ୍ରିୟା ଶର୍ମା କୋଠରୀକୁ ଯାଇ ବୋହୂକୁ ଛୁରୀରେ ଆକ୍ରମଣ କରିଥିଲା। ଏହାପରେ ରୋଶନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ବେକରେ ୭ଟି ଷ୍ଟିସ୍ ଲାଗିଥିଲା। ଏହି ମାମଲାରେ ଥାନାରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ଅଟକ ରଖିଛି ବାରଣାସୀ ଜିଲ୍ଲା ପୋଲିସ।

Get real time updates directly on you device, subscribe now.