ଝିଅ, ଜ୍ୱାଇଁଙ୍କ ସହ ଚତୁର୍ଥୀ ପାଳିବେ ମା, ଶିଖେଇବେ ସୁଖୀ ଦାମ୍ପତ୍ୟର ପାଠ…
ଆଫ୍ରିକାରେ ଅଜବ ପରମ୍ପରା । ଚତୁର୍ଥୀ ଶେଯରେ ମା’ ଦେବେ ଗୁରୁମନ୍ତ୍ର।
ଓଡ଼ିଶା ଭାସ୍କର: ବାହାଘରକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । କେଉଁଠାରେ ବର, କନିଆଁ ବାହାଘର ପରେ ରୁଟି କରିବାର ପରମ୍ପରା ଅହିଛି ତ ଆଉ କେଉଁଠି ବାହାଘର ପରେ ନବ ଦମ୍ପତ୍ତି ଅଲଗା ରହିବାର ।
ଏଭିତରେ ଆଉ ଏକ ନିଆରା ପରମ୍ପରା ବିଷୟରେ ଜାଣିବାକୁ ମିଳିଛି । ତା’ ପୁଣି ବାହାଘର ଚଉଠିକୁ ନେଇ ।
ଶିଖିବେ ପ୍ରେମ ପାଠ: ଆଫ୍ରିକାର କିଛି ଜାଗାରେ ବିବାହ ଚତୁର୍ଥୀକୁ ନେଇ ଅଜବ ପରମ୍ପରା ରହିଛି । ଯେଉଁଥିରେ ବାହାଘର ପ୍ରଥମ ରାତିରେ ବର କନିଆଁ ଚତୁର୍ଥୀ ପାଳିବାବେଳେ ସେମାନଙ୍କ ସହ ପୁଅର ଶାଶୁ ଅର୍ଥାତ୍ କନିଆଁର ମା’ ମଧ୍ୟ ସାମିଲ ହେବେ ।ଖବର ପଢ଼ିଲାବେଳକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ ଘଟଣା ।
ମା ନଥିଲେ ବୟସ୍କ ମହିଳା ହେବେ ସାମିଲ: ଚତୁର୍ଥୀ ଦିନ ଝିଅ ଜ୍ୱାଇଁଙ୍କ କୋଠରୀରେ ଝିଅର ମା’ ବି ସେମାନଙ୍କ ସହିତ ଶୁଅନ୍ତି । ଏଥିସହ ସେମାନଙ୍କୁ ସେ ନୂଆ ସଂସାର ଆରମ୍ଭ କରିବାର ରୀତିନିତି ଶିଖାନ୍ତି । ସୁଖ ଦାମ୍ପତ୍ୟ ପାଇଁ ଆବଶ୍ୟକ ହେଉଥିବା କିଛି ଗୁରୁତ୍ୱପୂର୍ଣ୍ଣ କଥା ଉଭୟଙ୍କୁ ବୁଝାନ୍ତି ।
ପରଦିନ ମା’ ସେମାନଙ୍କୁ କ’ଣ କ’ଣ କହି ବୁଝେଇଲେ ସେଗୁଡ଼ିକୁ ପରିବାର ଲୋକଙ୍କ ଆଗରେ ବାକ୍ଷା କରନ୍ତି । ଏମିତି ରହିଥାଏ ଆଫ୍ରିକାର କିଛିଲୋକଙ୍କ ବାହାଘର ରୀତି ।
ଯଦି ଘରେ ଝିଅର ମା’ ନ ଥାନ୍ତି, ତେବେ ଘରେ ଥିବା ଯେକୌଣସି ବୟସ୍କ ମହିଳା ଏଥିରେ ସାମିଲ ହୋଇପାରିବେ । ଏପରି କରିବାର ମୁଖ୍ୟ ଉଦ୍ଦେଶ୍ୟ ଦେଉଛି, ନବ ଦମ୍ପତିଙ୍କୁ ସଂସାର ପାଇଁ ଟିପ୍ସ ଦେବା ।