ଯାହା ହେଇଯାଉ ଆଜି ମୁଁ ବାହା ହେବି, ମୋତେ କିଏ ଅଟକାଇବ ଦେଖି…ବରଙ୍କ ଦେଶୀ ଯୋଗାଡର ଭିଡିଓ ହେଉଛି ଭାଇରାଲ
ବର କଲା ଏମିତି କାମ, ଯାହାକୁ ଦେଖି ଲୋକେ ତାଜୁବ୍ । ବରଯାତ୍ରୀ ବି ଚିନ୍ତାରେ ପଡ଼ିଗଲେ ।
ଓଡ଼ିଶା ଭାସ୍କର: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳିଯାଏ । ଏମିତି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଦେଖି ଲୋକେ ମୁଣ୍ଡରେ ହାତ ଦେଉଛନ୍ତି ।
ସୋସିଆଲ ପ୍ଲାଟଫର୍ମରେ ଭାଇରାଲ ହେଉଥିବା ଭିଡିଓରେ ଏକ ବରଯାତ୍ରୀ ଯାଉଥିବାର ଦେଖିବାକୁ ମିଳୁଛି । ବର ଘୋଡ଼ାରେ ସବାର ଥିବାବେଳେ ତା’ ସମ୍ପର୍କୀୟ ଡିଜେ ତାଳେ ତାଳେ ନାଚି ପ୍ରଶେସନ କରି ବରକୁ ପାଛୋଟି ନେଉଛନ୍ତି ।
ସବୁଠାରୁ ମଜାଦାର କଥା ହେଉଛି, ଘୋଡ଼ା ଉପରେ ବସିଥିବା ବର ଏକ ଜରି ପାଲ ଘୋଡ଼ାଇ ହୋଇ ବସିଛି । ବର୍ଷା କାରଣରୁ ବରପକ୍ଷ ଲୋକ ଏହି ଦେଶୀ ଯୋଗାଡ଼ କରିଥିବା ଦେଖିବାକୁ ମିଳିଛି ।
ଜରିପାଲରେ ବରକୁ ଘୋଡ଼ାଇ ଦେଇ ସମ୍ପର୍କୀୟ ଡିଜେ ତାଳରେ ନାଚି ନାଚି ବରକୁ ପାଛୋଟି ନେଉଛନ୍ତି । ଯାହା ସୋସିଆଲ ମିଡିଆରେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି ।
आंधी आए या तूफान, शादी बहुत ज़रूरी है😂 pic.twitter.com/EBB3B5RkpB
— The News Basket (@thenewsbasket) August 5, 2025