fbpx

ଆସିପାରେ ଜିଏସ୍‌ଟିର ନୂଆ ସ୍ଲାବ୍‌, ମହଙ୍ଗା ହେବ ବିଭିନ୍ନ ସାମଗ୍ରୀ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଢାଞ୍ଚାରେ ପରିବର୍ତ୍ତନ ଆଣିବା ଲାଗି ଗଠନ କରାଯାଇଥିବା ମନ୍ତ୍ରୀମାନଙ୍କ ଏକ ଟିମ୍‌ ବର୍ତ୍ତମାନ ପ୍ରଚଳନରେ ଥିବା ୧୨% ଓ ୧୮% ସ୍ଲାବ୍‌କୁ ମିଶ୍ରଣ କରି ୧୫% ନାମରେ ଏକ ନୂଆ ସ୍ଲାବ୍‌ ପ୍ରଚଳନ କରିବାକୁ ସୁପାରିସ କରିପାରେ ବୋଲି କୁହାଯାଉଛି । ଏହା ହେଲେ ୧୨% ସ୍ଲାବ୍‌ରେ ଥିବା କିଛି ସାମଗ୍ରୀର ଦାମ୍‌ ବଢ଼ିବ ଓ ୧୮% ସ୍ଲାବ୍‌ରେ ଥିବା ସାମଗ୍ରୀ ଗୁଡ଼ିକର ଦାମ୍‌ ହ୍ରାସ ପାଇବ । ତେବେ ସର୍ବନିମ୍ନ ସ୍ଲାବ୍‌କୁ ୫% ରୁ ବଢ଼ାଇ ୮% କରିବା ଲାଗି ମନ୍ତ୍ରୀ ଗୋଷ୍ଠୀ ସୁପାରିସ କରିନପାରେ । ଏହାପଛର କାରଣ ହେଉଛି ବର୍ତ୍ତମାନର ଦରଦାମ୍‌ ସ୍ଥିତି । ଏବେ ଦେଶରେ ବହୁ ସାମଗ୍ରୀର ଦାମ୍‌ ଅଧିକ ରହିଛି । ୫% ସ୍ଲାବ୍‌ରେ ଥିବା ସାମଗ୍ରୀଗୁଡ଼ିକୁ ଲୋକମାନେ ବହୁଳ ଭାବେ ବ୍ୟବହାର କରୁଛନ୍ତି । ଯଦି ସେଗୁଡ଼ିକ ନୂଆ ୮% ସ୍ଲାବ୍‌ରେ ସାମିଲ କରାଯିବ ତେବେ ତାହା ଆହୁରି ମହଙ୍ଗା ହୋଇଯିବ । ଜିଏସଟିକୁ ନେଇ ଗଠନ କରାଯାଇଥିବା ମନ୍ତ୍ରୀଙ୍କ ବୈଠକ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବ । ସେଥିରେ ନୂତନ ସ୍ଲାବ୍‌ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.