fbpx

ଜିଏସଟି ବିଭାଗର ଚଢଉ: ତଦନ୍ତ ପ୍ରକ୍ରିୟା ଅନୁଯାୟୀ କରାଯାଉଛି ରେଡ୍

ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ସଦର ମହକୁମାରେ ଆଜି ବିକ୍ରିକର (ଜିଏସଟି) ବିଭାଗ ପକ୍ଷରୁ ଦୁଇ ଗୋଟି ଦୋକାନରେ ଚଡାଉ କରାଯାଇଥିଲା । ସବିଶେଷ ଖବରରୁ ପ୍ରକାଶଯେ, ଓଡିଶା ସରକାରଙ୍କ ବିକ୍ରିକର (ଜିଏସଟି) ବିଭାଗ ନିର୍ଦେଶ କ୍ରମେ ଭବାନୀପାଟଣା ସ୍ଥିତ ବିକ୍ରୟ କର ବିଭାଗର ପ୍ରବର୍ତନ ୟୁନିଟ୍ ପକ୍ଷରୁ ଆଜି ଉମରକୋଟ ଓ ରାଇଘର ଠାରେ ମିଳିତ ଭାବେ ଚଢାଉ ହୋଇଥିଲା ।

ରାଇଘର ବ୍ଲକର ମାଁ ସନ୍ତୋଷୀ ଇଣ୍ଡଷ୍ଟ୍ରି ଓ ମାଁ ବୀଣାପାଣି ଏଣ୍ଟର ପ୍ରାଇଜେସ ନାମକ ଦୁଇଗୋଟି ସ୍ଥାନରେ ସକାଳୁ କଳାହାଣ୍ଡି ରେଞ୍ଜ ଭବାନୀପାଟଣା ସ୍ଥିତ ଅତିରିକ୍ତ CT &GST ବିଭାଗର ଡେପୁଟି କମିସନର୍ ସମିର କୁମାର ମାଝୀ, ମମିତା ପୁଜାହାରି,ନିମେଶ୍ କୁମାର ସାହୁ,ଯତୀନ କୁମାର ବାଘ,ଉମାକାନ୍ତ ସାହୁ, ଭବାନୀ ଶଙ୍କର ପଟେଲ (ACTO ), ରାମଚନ୍ଦ୍ର ଧଳ (CTO) ନବରଙ୍ଗପୁର, ନନ୍ଦକିଶୋର ଜାଲ୍ (ACTO) ନୂଆପଡ଼ା, ସହ ଏକ ଟିମ୍ ପୋଲିସ ଫୋର୍ସ ସହ ଚଢାଉ କରିଥିଲେ। ବିଭାଗ ପକ୍ଷରୁ ଏ ବିଷୟରେ କୁହାଯାଇଛି ଯେ, ଏହା ଏକ ତଦନ୍ତ ପ୍ରକ୍ରିୟା ହୋଇ ଥିବାବେଳେ ମୁଖ୍ୟ କାର୍ଯ୍ୟାଳୟରେ ଏହାର ସବିଶେଷ ତଥ୍ୟ ଆକଳନ କରିବା ପରେ ମୋଟ୍ କେତେ ଫାଇନ ପଡିବ ତାହା ଜଣା ପଡିବ । ଗତ ଦିନରେ ଏହି ଦୋକାନ ଗୁଡିକର GST ପ୍ରଦାନ ରେ ଅନିୟମିତତା ହୋଇଥିବା ଆଶଂକା କରି ଚଡ଼ାଉ କରାଯାଇ ଥିଲା । ଆଜିର ଏହିି ଚଡ଼ାଉ ଜାରି ରହିଥିଲା ବେଳେ ଭୟରେ ରାଇ ଘର ବ୍ଲକ୍ ମୁଖ୍ୟ ଦପ୍ତରରେ ସମସ୍ତ ଦୋକାନ ବଜାର ବନ୍ଦ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.