fbpx
BSKY
BJD SHG SKY
BJD YOUTH SKY

ଡିସେମ୍ବର ମାସରେ 15% ବୃଦ୍ଧି ପାଇଲା ଭାରତ ସରକାରଙ୍କ ଜିଏସ୍‌ଟି ସଂଗ୍ରହ, ଜାଣନ୍ତୁ ଓଡ଼ିଶାରେ କେତେ ?

ନୂଆଦିଲ୍ଲୀ: ଲଗାତାର ୧୦ମ ମାସ ପାଇଁ ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ରେକର୍ଡ ସଂଗ୍ରହ ହୋଇଛି । ଡିସେମ୍ବର ମାସରେ ୧.୪୯ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ସଂଗ୍ରହ ହୋଇଥିବା ଅର୍ଥ ମନ୍ତ୍ରଳାୟ ସୂଚନା ଦେଇଛନ୍ତି । ଗତବର୍ଷ ସମାନ ମାସ ତୁଳନାରେ ଏହା ୧୫% ଅଧିକ ରହିଛି । ନଭେମ୍ବର ମାସରେ ଜିଏସ୍‌ଟି ସଂଗ୍ରହ ୧.୪୬ ଲକ୍ଷ କୋଟି ଥିଲା । ଏହି ସମୟରେ ଓଡ଼ିଶାର ଜିଏସ୍‌ଟି ସଂଗ୍ରହ ୩,୮୫୪ କୋଟି ରହିଛି । ଯାହା ଗତବର୍ଷ ନଭେମ୍ବର ମାସ ତୁଳନାରେ ମାତ୍ର ୬% ହ୍ରାସ ପାଇଛି ।

ମନ୍ତ୍ରଣାଳୟ କହିଛି ଯେ ଡିସେମ୍ବର ୨୦୨୨ ମଧ୍ୟରେ ମୋଟ ଜିଏସ୍ଟି ରାଜସ୍ୱ ୧,୪୯,୫୦୭ କୋଟି ଟଙ୍କା ହୋଇଛି । ଏଥିରେ କେନ୍ଦ୍ରୀୟ ଜିଏସ୍‌ଟି ହେଉଛି ୨୬,୭୧୧ କୋଟି, ରାଜ୍ୟ ଜିଏସ୍‌ଟି ୩୩,୩୫୭ କୋଟି, ଆଇଜିଏସ୍‌ଟି ହେଉଛି ୭୮,୪୩୪ କୋଟି ଟଙ୍କା । ଡିସେମ୍ବର ୨୦୨୨ ରେ ନିୟମିତ ସେଟେଲମେଣ୍ଟ ପରେ କେନ୍ଦ୍ର ଏବଂ ରାଜ୍ୟଗୁଡିକର ମୋଟ ସିଜିଏସ୍‌ଟି ଆୟ ହେଉଛି ୬୩,୩୮୦ କୋଟି ଏବଂ ଏସ୍‌ଜିଏସ୍‌ଟି ୬୪,୪୫୧ କୋଟି ଟଙ୍କ ରହିଛିା

ସେହିପରି ଦ୍ରବ୍ୟ ଆମଦାନୀରୁ ପରିମାଣ ଆଇଜିଏସ୍‌ଟି ୪୦,୨୬୩ କୋଟି ସାମିଲ ରହିଛି । ଏହା ବ୍ୟତୀତ ସେସର ଅଂଶ ୧୧,୦୦୫ କୋଟି ଟଙ୍କା ହୋଇଛି । ଏଥିରେ ସାମଗ୍ରୀ ଆମଦାନୀରୁ ୮୫୦ କୋଟି ଟଙ୍କା ଗ୍ରହଣ କରାଯାଇଛି । ନଭେମ୍ବରରେ ୭.୯ କୋଟି ଇ-ୱେ ବିଲ୍ ଉତ୍ପାଦିତ ହୋଇଥିଲା, ଯାହା ଅକ୍ଟୋବରରେ ଉତ୍ପାଦିତ ୭.୬ କୋଟି ଇ-ୱେ ବିଲ୍ ଠାରୁ ବହୁତ ଅଧିକ ଥିଲା ।

Get real time updates directly on you device, subscribe now.