ଅହମ୍ମଦାବାଦ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଟାଇଟନ୍ସ ମୁହଁରୁ ବିଜୟ ଛଡ଼ାଇ ନେଲା କୋଲକାତା ନାଇଟ୍ ରାଇଡର୍ସ। ଏହି ରୋମାଞ୍ଚକର ମୁକାବିଲାରେ ଶେଷ ଓଭରରେ କୋଲକାତାକୁ ବିଜୟ ପାଇଁ ୨୯ ରନ୍ ଆବଶ୍ୟକ ଥିବା ବେଳେ ଶେଷ ୫ଟି ବଲ୍ରେ ଲଗାତାର ୫ଟି ଛକ୍କା ମାରି ମ୍ୟାଚର ହିରୋ ସାଜିଥିଲେ ରିଙ୍କୁ ସିଂ। ୨୦ ତମ ଓଭରର ପ୍ରଥମ ବଲ୍ରେ ୧ ରନ୍ ନେଇ ନନ୍ ଷ୍ଟ୍ରାଇକ୍କୁ ଆସିଥିଲେ ଉମେଶ ଯାଦବ ଏବଂ ଷ୍ଟ୍ରାଇକ୍କୁ ଆସିଥିଲେ ରିଙ୍କୁ ସିଂ।
𝗥𝗜𝗡𝗞𝗨 𝗦𝗜𝗡𝗚𝗛!
![]()
𝗬𝗼𝘂 𝗔𝗯𝘀𝗼𝗹𝘂𝘁𝗲 𝗙𝗿𝗲𝗮𝗸!
![]()
Take A Bow!
![]()
28 needed off 5 balls & he has taken @KKRiders home & how!
![]()
Those reactions say it ALL!
![]()
Scorecard
https://t.co/G8bESXjTyh #TATAIPL | #GTvKKR | @rinkusingh235 pic.twitter.com/Kdq660FdER
— IndianPremierLeague (@IPL) April 9, 2023
ଏବେ କୋଲକାତାକୁ ବିଜୟ ପାଇଁ ୫ ବଲ୍ରେ ୨୮ ରନ୍ ଆବଶ୍ୟକ ଥିଲା। ଆଉ ରିଙ୍କୁ ସିଂ ବୋଲରଙ୍କୁ କୌଣସି ସୁଯୋଗ ନଦେଇ ୫ଟି ବଲ୍ରେ ଲଗାତାର ୫ଟି ଛକ୍କା ମାରି ବିଜୟ ମୁଣ୍ଡି ମାରିଥିଲେ। ଏହାପୂର୍ବରୁ ରସିଦ ଖାନ ଆଇପିଏଲ ୨୦୨୩ ର ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ । ସେ ଆଣ୍ଡ୍ରେ ରସେଲ, ସୁନୀଲ ନାରିନ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ତିନୋଟି ବଲରେ ଆଉଟ୍ କରି ଏହି ସଫଳତା ପାଇଥିଲେ। ଏହା ପରେ ଏପରି ଏକ ସମୟ ଆସିଥିଲା ଯେ କେକେଆର୍ ଏହି ମ୍ୟାଚ୍ ଜିତିବାକୁ ସମର୍ଥ ହେବ ବୋଲି କେହି ଭାବବି ନଥିଲେ । କିନ୍ତୁ ରିଙ୍କୁ ସିଂ ଲଗାତାର ୫ ଟି ଛକା ମାରି ଅସମ୍ଭବକୁ ସମ୍ଭବ କରିଥିଲେ।
.@rashidkhan_19
Hat-trick!
That was simply sensational!
![]()
Follow the match
https://t.co/G8bESXjTyh#TATAIPL | #GTvKKR | @gujarat_titans pic.twitter.com/sSpYyFcO3S
— IndianPremierLeague (@IPL) April 9, 2023
ତେବେ ଆଜିର ମ୍ୟାଚ୍ରେ ଗୁଜରାଟର ନିୟମିତ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଖେଳି ନଥିଲେ । ରଶିଦ ଖାନ୍ଙ୍କ ନେତୃତ୍ୱରେ ଗୁଜରାଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ବିଜୟ ଶଙ୍କର ୬୩ ଏବଂ ସାଇ ସୁଦର୍ଶଙ୍କ ୫୩ ଅର୍ଦ୍ଧଶତକ ସହାୟତାରେ ଗୁଜରାଟ ୨୦ ଓଭରରେ ୪ ଉଇକେଟ୍ ହରାଇ ୨୦୪ ରନ୍ ସ୍କୋର୍ କରିଥିଲେ ।
Innings Break!
A solid show with the bat from @gujarat_titans!
* for @vijayshankar260
for Sai Sudharsan
The @KKRiders chase begins shortly
![]()
Scorecard
https://t.co/G8bESXjTyh #TATAIPL | #GTvKKR pic.twitter.com/JkY2qR0WqW
— IndianPremierLeague (@IPL) April 9, 2023