ଦୀପାବଳି ପାଇଁ ଜାରିହେଲା ଗାଇଡଲାଇନ; ଦୁଇ ଘଣ୍ଟା ଫୁଟାଇପାରିବେ ବାଣ

ଭୁବନେଶ୍ୱର: ଦୀପାବଳି, ଛଟ୍ ପୂଜା ଓ କାର୍ତ୍ତିକ ପୂର୍ଣ୍ଣମା ପାଇଁ ଗାଇଡଲାଇନ । କେବଳ ସବୁଜ ବାଣ ବିକ୍ରି ଓ ବ୍ୟବହାରକୁ ମିଳିଲା ଅନୁମତି । ଅନ୍ୟ କୌଣସି ବାଣ ବିକ୍ରି ଓ ବ୍ୟବହାର ହୋଇପାରିବ ନାହିଁ । କେବଳ ସ୍ୱିକୃତିପ୍ରାପ୍ତ ବ୍ୟବସାୟୀ ହିଁ ସବୁଜ ବାଣ ବିକ୍ରି କରିପାରିବେ । ରାତି ୮ଟାରୁ ୧୦ଟା ଯାଏଁ ସବୁଜ ବାଣ ଫୁଟାଇବାକୁ ଅନୁମତି । ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ । ଏନେଇ ଗାଇଡଲାଇନ ଜାରି କଲେ ଏସଆରସି ।

ସୂଚନାଯୋଗ୍ୟ, ଦୀପାବଳିରେ ସବୁଜ ବାଣ ଫୁଟାଇବା ନେଇ ପୂର୍ବରୁ ଅନୁମତି ଦେଇଥିଲେ ହାଇକୋର୍ଟ । ପେଟ୍ରୋଲିୟମ୍ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍ ପକ୍ଷରୁ ଅନୁମତିପ୍ରାପ୍ତ ଗ୍ରୀନ୍ କ୍ରାକର୍ ହିଁ ଫୁଟାଇପାରିବେ । ଅଲ୍ ଓଡ଼ିଶା ଫାୟାର୍ ଡିଲର୍ ଆସୋସିଏସନ୍ ଅନୁମତି ମାଗିଥିଲା ।