ଭୁବନେଶ୍ୱର, ୮|୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ କୁ ନଜରରେ ରଖି କଟକଣା ବଢ଼ାଇଦେଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଜେଲ୍ ବିଭାଗ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସବୁ ଜେଲ୍ ଅଧିକ୍ଷକମାନଙ୍କୁ ଗାଇଡଲାଇନ୍ ପଠାଇଛନ୍ତି ଜେଲ୍ ଡିଜି । ଜେଲ ଗୁଡିକ ପାଇଁ ଜାରି କରାଯାଇଥିବା ଗାଇଡଲାଇନରେ ଡିଜି ଦର୍ଶାଇଛନ୍ତି ଯେ ଯଦି କେହି ଅନ୍ତେବାସୀ ପଜିଟିଭ୍ ଚିହ୍ନଟ ହୁଅନ୍ତି ତାହେଲେ ତାଙ୍କୁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯିବ । କୋର୍ଟଙ୍କଠାରୁ ରିମାଣ୍ଡ ଅନୁମତି ଆଣି ସମ୍ପୃକ୍ତ ବନ୍ଦୀଙ୍କୁ ହସ୍ପିଟାଲ୍ ପଠାଯିବ ଏବଂ ପଜିଟିଭଙ୍କୁ ସିସିସି ଏବଂ ଗୁରୁତରଙ୍କୁ କୋଭିଡ୍ କେୟାର୍ ହସ୍ପିଟାଲ୍ ପଠାଯିବ । କୌଣସି କୋଭିଡ୍ ଆକ୍ରାନ୍ତଙ୍କୁ ଜେଲ୍ ପରିସର ମଧ୍ୟରେ ରଖାଯିବ ନାହିଁ ବୋଲି ଜେଲ୍ ଡିଜି ସବୁ ଜେଲ୍ ଅଧିକ୍ଷକମାନଙ୍କୁ ଜାରି କରିଥିବା ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି ।