fbpx

ସିମ୍‌କାର୍ଡ ପାଇଁ ମାର୍ଗଦର୍ଶିକା ଜାରି କଲା କ୍ରାଇମ୍‍ବ୍ରାଞ୍ଚ: ଫେକ୍ ସିମ୍ ପାଇଁ ଲାଗିବ ଦେଶଦ୍ରୋହ ଦଫା

କଟକ : ଫେକ୍ ସିମ କାର୍ଡ ଯୋଗୁଁ ରାଜ୍ୟରେ ସାଇବର ଅପରାଧ ବଢୁଛି। ଠକମାନେ ଫେକ ସିମକାର୍ଡ ମାଧ୍ୟମରେ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଯେଉଁଥିପାଇଁ ଦିନକୁ ଦିନ ସାଇବର ଅପରାଧରେ ବୃଦ୍ଧି ଘଟୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଏହି କ୍ରମରେ ଫେକ୍ ସିମ ଉପରେ ରୋକ ଲଗାଇବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି। କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦିଆଯାଇଛି । ସ୍ଥାୟୀ ଦୋକାନ ଥିବା ଡିଲରମାନେ କେବଳ ସିମକାର୍ଡ ବିକ୍ରି କାରିପାରିବେ ।

କେବଳ ଆଧାର ସହ ଲିଙ୍କ ନମ୍ବରରେ କଲ କରିବେ ଟେଲି ଭେରିପିକେସନ। ଫେକ ସିମ ସମ୍ପର୍କିତ ଅଭିଯୋଗ ଗ୍ରହଣ ପାଇଁ ବ୍ୟବସ୍ଥା କରିବେ ଟିଏସ୍‌ପି। ଅଭିଯୋଗ ଗ୍ରହଣ ଓ ଡିଆକ୍ଟିଭେଟ ବ୍ୟବସ୍ଥା କରିବେ ସର୍ଭିସ ପ୍ରୋଭାଇଡର। ସିମ ଆକ୍ଟିଭେସନ ନିୟମ ଉଲ୍ଲଂଘନକାରୀ ପିଓଏସ୍ ବ୍ଲାକଲିଷ୍ଟେଡ ହେବେ । ନିୟମିତ ରିଚାର୍ଜ ହୋଇ ସ୍ଥାଣୁ ଥିବା ସିମପ୍ରତି ନଜର ରଖି ଟିଏସ୍‌ପି। ଫେକ ସିମ ମିଳିଲେ ଟିଏସପି ଅଧିକାରୀଙ୍କୁ ପ୍ରତି କାର୍ଯ୍ୟାନୁଷ୍ଠାନ କରାଯିବା ସହ ଦେଶଦ୍ରୋହ ମାମଲା ରୁଜୁ କରାଯିବ ।

ସୂଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ଓଡ଼ିଶାର ସିମକାର୍ଡ ପାକିସ୍ତାନରେ ଅପରେଟ ହେଉଥିବା ମାମଲା ଲୋକଲୋଚନକୁ ଆସିଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ୩ ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାର ମାଷ୍ଟରମାଇଣ୍ଡ ପଠାଣୀ ଲେଙ୍କା ବିରୋଧରେ ଦେଶଦ୍ରୋହ ଲଗାଯିବ ବୋଲି ସ୍ଥିର କରାଯାଇଛି। ପାକିସ୍ତାନୀ ଏଜେଣ୍ଟଙ୍କ ସହ ସମ୍ପର୍କ ଥିବା ନେଇ ସୂଚନା ମିଳିବା ପରେ ଏହି ଦଫା ଲାଗିବ ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି। ତାଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା ମଧ୍ୟ କରାଯିବ। ସେ କେବେଠାରୁ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଲିଙ୍କରେ ରହିଛନ୍ତି ସେନେଇ ଖୋଳତାଡ଼ ଚାଲୁ ରହିଛି । ଅନ୍ୟପକ୍ଷରେ ଟେଲିକମ ପ୍ରୋଭାଇଡରଙ୍କୁ ମଧ୍ୟ ଏସଟିଏଫ ସ୍କାନରକୁ ନେଇଛି । ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନାଲ ପେମେଣ୍ଟ କର୍ପୋରେସନକୁ ଚିଠି ଲେଖା ଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.