fbpx

ସମ୍ବଲପୁରରେ ମହାନଦୀ ଟ୍ରିବୁନାଲ ଟିମ୍, ଆଜିଠୁ କ୍ଷେତ୍ର ପରିଦର୍ଶନ

ସମ୍ବଲପୁର: ମହାନଦୀ ଜଳବିବାଦ ମାମଲାର ସମାଧାନପାଇଁ ଗଠିତ ନ୍ୟାୟଧିକରଣର ସଦସ୍ୟମାନେ ଆଜି ସମ୍ବଲପୁରରେ ହୀରାକୁଦ ଜଳଭଣ୍ଡାର, ବୁର୍ଲା ପାୱାର ହାଉସ୍‍, ରମ୍ପେଲାସ୍ଥିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ଆଦି ପରିଦର୍ଶନ କରିବେ । ଆସନ୍ତାକାଲି ଚିପିଲିମା ପାୱାର ହାଉସ୍‍, ବରଗଡ଼ ମୁଖ୍ୟ କେନାଲ ଏବଂ ଅତାବିରା ଶାଖା କେନାଲ୍‍ ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମଥର ପାଇଁ ଓଡ଼ିଶା ପରିଦର୍ଶନରେ ଆସୁଥିବା ଏହି ଟିମ୍‍ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ରହିବେ । ଏହା ପୂର୍ବରୁ ସେମାନେ ଛତିଶଗଡ଼ରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିଥିଲେ ।

ଏହି ଟିମ୍‍ର ସମ୍ବଲପୁର ଗସ୍ତ ଅବସରରେ ଜବାହାର ମୀନାର ଏବଂ ଜବାହାର ଉଦ୍ୟାନ ପରିଦର୍ଶନର କାର୍ଯ୍ୟକ୍ରମ ରହିଥିବାରୁ ୨୪ ତାରିଖ ପର୍ଯ୍ୟନ୍ତ ଜବାହାର ମୀନାର ଏବଂ ଆଜି ଜବାହାର ଉଦ୍ୟାନ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରହିବ ବୋଲି ମୁଖ୍ୟ ଡ୍ୟାମ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆସନ୍ତାକାଲି ଟିମ୍‍ର ଗସ୍ତ ପାଇଁ ସମଲେଶ୍ୱରୀ ମନ୍ଦିରରେ ସର୍ବସାଧାରଣଙ୍କ ନିମନ୍ତେ ଲାଇଟ୍‍ ଏବଂ ସାଉଣ୍ଡ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.