fbpx

ସାଧାରଣତନ୍ତ୍ର ଦିବସ ମାର୍ଗଦର୍ଶିକା: ନେତା ଓ ମନ୍ତ୍ରୀଙ୍କୁ ନିଜ ଜିଲ୍ଲା ମନା, ସରକାରୀ ଯୋଜନାର ଭାଷଣ ଦେଇପାରିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଏହା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ ହେବାକୁ ଯାଉଛି । ତେବେ ଏନେଇ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ମାର୍ଗଦର୍ଶିକା ଜାରି କରିଛନ୍ତି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କ୍ୟାବିନେଟ ପାହ୍ୟା, ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମନ୍ତ୍ରୀମାନେ ଅତିଥି ଭାବେ ଯୋଗଦେବେ । ମାତ୍ର ସେମାନଙ୍କର ଭାଷଣ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ସହିଦ ଓ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରହିବ । ସରକାରୀ ସଫଳତାର କାହାଣୀ କିମ୍ବା ଯୋଜନା ଏଥିରେ ସାମିଲ ରହିବ ନାହିଁ । କ୍ୟବିନେଟ, ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଓ ରାଜନୈତିକ କର୍ମକର୍ତ୍ତାମାନେ ନିଜ ନିଜ ଜିଲ୍ଲାରେ ଅତିଥି ଭାବେ ଯୋଗ ଦେଇ ପାରିବେନି ବୋଲି ଗାଇଡଲାଇନରେ କୁହାଯାଇଛି ।

ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ କୌଣସି ପ୍ରକାର ସଫଳତା ସମ୍ପର୍କିତ ଭାଷଣ ଦେଇ ପାରିବେନି । ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଯଥାରୀତି ଅନୁଯାୟୀ ପାଳିତ ହେବ । ମାର୍ଗଦର୍ଶିକାକୁ କଡ଼ାକଡ଼ି କରିବା ନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରପାହ୍ୟା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଆରଡିସି, ସମସ୍ତ ଜିଲ୍ଲାପାଳଙ୍କ ଅଫିସଙ୍କୁ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.