fbpx

ମଙ୍କି ପକ୍ସ ପାଇଁ ଜାରି ହେଲା ଗାଇଡଲାଇନ୍‌; ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଡରାଇଲାଣି ମଙ୍କି ପକ୍ସ । ଏନେଇ ସବୁ ଜିଲ୍ଲାକୁ ଗାଇଡଲାଇନ୍ ଜାରି କରାଯାଇଛି । ବିମାନ ବନ୍ଦର ସହ ବନ୍ଦର କର୍ତ୍ତୃପକ୍ଷଙ୍କୁ ଗାଇଡଲାଇନ୍ ଜାରି କରାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।

ଭାରତରେ ମଙ୍କି ପକ୍ସ ସଂଖ୍ୟ ବହୁତ କମ୍ ରହିଛି । କିନ୍ତୁ ବିଦେଶ ଭ୍ରମଣକାରୀଙ୍କ ଉପରେ କଡ଼ା ନଜର ରଖାଯାଉଛି । ମଙ୍କି ପକ୍ସ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନମୁନା ପରୀକ୍ଷା ପାଇଁ କୁହାଯାଇଛି । ସମସ୍ତ ନମୁନା ଏମ୍ସ ଲାବୋରେଟୋରୀକୁ ପଠାଯିବ । ଲକ୍ଷଣ ଦେଖାଗଲେ ୨୧ ଦିନ ପାଇଁ ଆଇସୋଲେସନରେ ରଖାଯିବ । ସେହିପରି ରିପୋର୍ଟ ନେଗେଟିଭ୍ ଆସିଲେ ଛାଡ଼ି ଦିଆଯିବ । ଆଫ୍ରିକାରେ କାୟା ବିସ୍ତାର କରିଥିବା ମଙ୍କିପକ୍ସ ଏବେ ୧୧୬ଟି ଦେଶରେ ବ୍ୟାପିଲାଣି । ୯୯ ହଜାର ଲୋକେ ଏଥିରେ ସଂକ୍ରମିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିଭଳି ମଙ୍କିପକ୍ସକୁ ବିଶ୍ୱ ମହାମାରୀ ଘୋଷଣା କରିଛି WHO ।

Get real time updates directly on you device, subscribe now.