fbpx

ଅଷ୍ଟମ ବିଜୟ ସହ ପ୍ଲେ ଅଫରେ ସ୍ଥାନ ନିଶ୍ଚିତ କଲା ଗୁଜୁରାଟ, ପୁଣି ଚମକିଲା ରାହୁଲ ଟେୱାଟିଆ ଏବଂ ଡେଭିଡ୍ ମିଲରଙ୍କ ଜୋଡ଼ି

ମୁମ୍ବାଇ: ଆଇପିଏଲର ୪୩ ତମ ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋରକୁ ୬ ୱିକେଟ୍ ରେ ହରାଇ ଦେଇଛି । ବାଙ୍ଗଲୋର ଅଧିନାୟକ ଫାପ୍ ଡୁପ୍ଲେସିସ ଟସ୍ ଜିତି ବ୍ୟାଟିଂ କରିବବାକୁ ନିଷ୍ପତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ବାଙ୍ଗଲୋର ୧୭୦ ସଂଗ୍ରହ କରିଥିଲା । ଜବବାରେ ଗୁଜୁରାଟ ୧୯ ଓଭର ୩ ବଲରେ ଚାରି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ରାହୁଲ ଟେୱାଟିଆ ଏବଂ ଡେଭିଡ୍ ମିଲର ପୁଣି ଗୁଜୁରାଟ ବିଜୟରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଥିଲେ । ଦୁହେଁ ୪୦ ବଲରୁ ୭୯ ରନର ଭାଗିଦାରୀ କରିଥିଲେ । ୨୫ ଟି ବଲରୁ ଟେୱାଟିଆ ୪୩ ରନ ଏବଂ ମିଲର ୨୪ ବଲରୁ ୩୯ ରନ କରି ଅପରାଜିତ ରହିଥିଲେ।

ଏହି ବିଜୟ ସହିତ ଗୁଜୁରାଟ ନଅ ମ୍ୟାଚରୁ ଆଠଟି ଜିତିବା ପରେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରି ନେଇଛି । ନଅ ମ୍ୟାଚ୍ ପରେ ଗୁଜୁରାଟରେ ୧୬ ପଏଣ୍ଟ ହାସଲ କରିଛି । ଏଥି ସହିତ ୧୦ ଟି ମ୍ୟାଚରେ ବାଙ୍ଗାଲୋରର ପଞ୍ଚମ ପରାଜୟ ବରଣ କରିଛି । ପାଞ୍ଚଟି ବିଜୟ ଏବଂ ୧୦ ପଏଣ୍ଟ ସହ ଦଳ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛି ।

Get real time updates directly on you device, subscribe now.