fbpx

ATS ଜବତ କଲା ୬୦୦ କୋଟିର ହେରୋଇନ୍: ପାକିସ୍ତାନରୁ ଭାରତକୁ ଆସିଥିବା ନେଇ ମିଳିଲା ସୂଚନା

ନୂଆଦିଲ୍ଲୀ: ଗୁଜରାଟ ଏଟିଏସ୍ ଦ୍ୱାରା ଏକ ବଡ଼ଧରଣର ହେରୋଇନ୍ ଚାଲାଣ ରାକେଟକୁ ଠାବ କରାଯାଇଛି । ରାତି ସମୟରେ ପାକିସ୍ତାନରୁ ଏତେ ପରିମାଣର ହେରୋଇନ୍ ସମୁଦ୍ର ପଥ ଦେଇ ଭାରତକୁ ଆସୁଥିଲା । ଏହି ଚାଲାଣ ନେଇ ପୂର୍ବରୁ ଏଟିଏସକୁ ଖୁଫିଆ ସୂତ୍ରରୁ ସୁରାକ ମିଳିସାରିଥିଲା । ତେଣୁ ପୂର୍ବପ୍ରସ୍ତୁତି ମୁତାବକ ଗୁଜରାଟ ଏଟିଏସର ଡେପୁଟି ଏସପି କେକେ ପଟେଲଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା ।
ତେବେ ଚାଲାଣ କରାଯାଉଥିବା ହେରୋଇନର ପରିମାଣ ୧୨୦ କେଜି ହୋଇଥିବା ବେଳେ ଏହାର ମୂଲ୍ୟ ୬୦୦ କୋଟି ହେବ ବୋଲି ଜଣାପଡ଼ିଛି । ଏହି ତସ୍କରୀରେ ସାମିଲ ଥିବା ହୁସେନ ଓରଫ ଜବାର ଜୋଡ଼ି, ଶମସୁଦ୍ଦିନ ହୁସେନ ମିୟାଁ ସୈଦ ଓ ଗୁଲାମ ହୁସେନ ଓରଫ ଓମର ଭଗଡ଼ଙ୍କୁ ଗିରଫ କରାଯାଇଛି । ବିଭିନ୍ନ ସମୟରେ ପାକିସ୍ତାନରୁ ବିଭିନ୍ନ ମାଦକ ଦ୍ରବ୍ୟ, ମାରଣାସ୍ତ୍ର ଆଦି ଆସୁଥିବାର ନଜିର ରହିଛି । ଭାରତ-ପାକ୍ ସୀମାରେ ଅଧିକାଂଶ ସମୟରେ ଉତ୍ତେଜନା ପ୍ରବଣ ରହୁଥିବାରୁ କଡ଼ା ସୁରକ୍ଷା ରହିଥାଏ । ତେଣୁ ତସ୍କରୀମାନେ ସମୁଦ୍ର ପଥରେ ଏହି କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.