fbpx

ପାକିସ୍ତାନରୁ ଆସିଥିଲା ୬୦୦ କୋଟିର ଡ୍ରଗ୍ସ: ଜବତ କଳା ଗୁଜରାଟ ATS

ନୂଆଦିଲ୍ଲୀ: ଏକ ବଡ ଡ୍ରଗ୍ସ ରାକେଟ ସମାପ୍ତ କରିବାରେ ସଫଳ ହୋଇଛି ଗୁଜରାଟ ଏଟିଏସ୍ । ପାକିସ୍ତାନରୁ ଆସୁଥିବା ୧୨୦ କିଗ୍ରା ଡ୍ରଗ୍ସ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୦୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ମୋରବି ଜିଲ୍ଲା ଅନ୍ତର୍ଗତ ଜିଞ୍ଜୁଡାରେ ଏହି ହେରୋଇନ୍ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ପାକିସ୍ତାନୀ ବୋଟରେ ହେରୋଇନ ଆସୁଥିବା ନେଇ ଖବର ମିଳିବା ପରେ ଏଟିଏସ ପକ୍ଷରୁ ରେଡ କରାଯାଇଥିଲା ।

ମୁଖତାର ହୁସେନ ଆଲିଆସ ଜବାର ଜୋଡିୟା, ସମସୁଦ୍ଦିନ ହୁସେନ ସୟେଦ ଏବଂ ଘୁଲାମ ହୁସେନ ଉମର ଭାଗଡଙ୍କୁ ଗିରଫ କରାଯାଇଛି । ପାକିସ୍ତାନୀ ନାଗରିକ ଜାହିନ ବଶିର ବଲୋଚ ଏହି ହେରୋଇନ୍ ପଠାଇଥିବା ଜଣାପଡିଛି । ପୂର୍ବରୁ ୨୦୧୯ରେ ମଧ୍ୟ ବଶିର ୨୨୭ କିଗ୍ରା ଡ୍ରଗ୍ସ ପଠାଇଥିଲା ଯାହାକୁ ଗୁଜରାଟ ଏଟିଏସ ଜବତ କରିଥିଲା । ଏହି ଡ୍ରଗ୍ସ ଗୁଡିକ ଭାରତରୁ ଆଫ୍ରିକା ଚାଲାଣ କରାଯାଇଥାନ୍ତା ।

Get real time updates directly on you device, subscribe now.