ନୂଆଦିଲ୍ଲୀ: ଅନେକ ଲୋକ ନିଜର ରକ୍ତର ସମ୍ପର୍କୀୟ, ଆପଣାର ଲୋକଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ କିଛି ନିଆରା ପଦକ୍ଷେ ନେଇଥାନ୍ତି । ଏଥିପାଇଁ ଅନେକ ଲୋକ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମାଧି, ପ୍ରତୀକ ବା ଅନ୍ୟ କିଛି ନିର୍ମାଣ କରିଥାନ୍ତି । ତେବେ କୌଣସି କାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବାର କଥା ଆପଣମାନେ କେବେ ଶୁଣିଛନ୍ତି କି? କଥାଟି ଅଡ଼ୁଆ ଲାଗୁଥିଲେ ବି ସତ । ଗୁଜରାଟର ଜଣେ ବ୍ୟକ୍ତି ନିଜର ‘ଲକି କାର’ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହିତ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଯାହା କରିଛନ୍ତି, ତାହା ଜଣେ ରକ୍ତର ସମ୍ପର୍କୀୟ ପାଇଁ କରିବ ନାହିଁ । ଆଜିର ଦୁନିଆରେ ଯେଉଁଠି ଗୋଟିଏ ପୁଅ, ତାର ଜନ୍ମିତ ବାପା-ମାଆଙ୍କୁ ଖାଇବାକୁ ନଦେଇ ଘରୁ ବାହାର କରିଦେଉଛି, ସେ କ୍ଷେତ୍ରରେ ଗୋଟିଏ କାର ପାଇଁ ଏତେ ଟଙ୍କା ଖର୍ଚ୍ଚ କରାଯିବା କଥା ଶୁଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗେ ।
ଖବର ମୁତାବକ, ଗୁଜରାଟରି ଆସିଛି ଏଭଳି ଏକ ନିଆରା ଘଟଣା । ରାଜ୍ୟର ଜଣେ କୃଷକ ନିଜର କାରକୁ କବାଡ଼ଖାନାକୁ ପଠାଇବା ବଦଳରେ ଏକ ଭବ୍ୟ ଆୟୋଜନ କରିଥିଲେ । ଅମରେଲୀ ଜିଲ୍ଲାର ଏହି କୃଷକଙ୍କ ନାମ ହେଉଛି ସଞ୍ଜୟ ପୋରଲା । ସଞ୍ଜୟ ନିଜର ଲକି କାରକୁ ୧୦ ଫୁଟ ଗଭୀର ଗାତ ଖୋଳି କବର ଦେଇଥିଲେ । ନିଜ ଲକି କାରର ଅନ୍ତିମ ଯାତ୍ରାରେ ୧୫୦୦ ଲୋକ ସାମିଲ ହୋଇଥିଲେ ଓ ଭୋଜନରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଗୋଟିଏ କାର ପାଇଁ ଏହି ନିଆରା ଢଙ୍ଗର ଆୟୋଜନ ବିଷୟରେ ଶୁଣିଲେ ନିହାତି ଆଶ୍ଚର୍ଯ୍ୟ ଲାଗେ । ଏହି ଯାତ୍ରା ସମୟରେ ଡିଜେ, ବାଜାର ଧ୍ୱନି ଶୁଣିବାକୁ ମିଳିଥିଲା । ସଞ୍ଜୟ ଏହି କାରକୁ ୨୦୧୪ରେ ସେକେଣ୍ଡ ହ୍ୟାଣ୍ଡରେ କିଣିଥିଲେ । ଏହି କାରକୁ କିଣିବା ପରେ ତାଙ୍କ ଜୀବନରେ ଅନେକ ଖୁସି ଆସିଥିଲା ଓ ଉନ୍ନତି କରିବାରେ କାରଟି ଏକ ବିଶେଷ ଭୂମିକା ନିଭାଇଥିଲା । ତେଣୁ ସଞ୍ଜୟ କାରର ଅନ୍ତିମ ବିଦାୟ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିଲେ । ଏହି ଘଟଣାର ଏକ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
गुजरात के अमरेली में कार की समाधि…
एक किसान ने अपनी लकी कार को बेचा नहीं बल्कि अपने ही खेत में समाधि दी महापुरुष या तो कोई इंसान को समाधि दी जाती है लेकिन गुजरात में अपने लकी कर को अपने ही खेत में शास्त्रों विधि करके और सगे संबंधी सबको बुलाकर कर को समाधि दी…@MeghUpdates pic.twitter.com/wDZuphuqyM
— Raajeev Chopra (@Raajeev_Chopra) November 8, 2024