ଗାନ୍ଧୀନଗର: ଗୁଜୁରାଟରେ ବିମାନ ଦୁର୍ଘଟଣା । ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ଗୁଜୁରାଟ ଆମ୍ରେଲି ସହର ଗିରିଆ ରୋଡରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ।
ବିମାନରେ ପାଇଲଟ ଏକୁଟିଆ ଥିବାବେଳେ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପ୍ଲେନଟି ଅମ୍ରେଲି ବିମାନ ବନ୍ଦରରୁ ଟେକଅଫ୍ କରିଥିଲା ।
ଶାସ୍ତ୍ରୀ ନଗର ଅଞ୍ଚଳରେ ପ୍ଲେନର ଭଗ୍ନାବଶେଷ ପଡ଼ିଥିବା ପରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ଟ୍ରେନି ପାଇଲଟଙ୍କ ମୃତ୍ୟୁ ବ୍ୟତୀତ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ।
ସ୍ଥାନୀୟ ଅଞ୍ଚଳର ୪ଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ମୃତ ପାଇଲଟଜଣକ ଘରୋଇ ପାଇଲଟ ଟ୍ରେନିଂ ସଂସ୍ଥାର ହୋଇଥିବା ଜଣାପଡ଼ିଛି ।
ଘଟଣାକୁ ନେଇ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ଘଟଣାର ତଦନ୍ତ ଜରି ରହିଛି ।