fbpx

(Video) ସୁଆଦିଆ ଗୁପଚୁପର କଳା ରହସ୍ୟ: ‘ଟିକେ ରାଗ ଟିକେ ଲୁଣି’ ସହ କ’ଣ ମିଶୁଛି ଆଇଟମରେ?

Advertisement

ବଜାରରେ ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ ସୁଆଦିଆ ଗୁପଚୁପ । ଟିକିଏ ରାଗ, ଟିକିଏ ଲୁଣି, ସାଙ୍ଗକୁ ଗୁପଚୁପର ଟେଷ୍ଟ ବାଟ ଚଲା ଲୋକଙ୍କୁ ପାଖକୁ ଟାଣି ଆଣେ । ଭାରତର ପ୍ରାୟ ସମସ୍ତ ଲୋକଏହି ଗୁପଚୁପ ଖାଇବାକୁ ଭଲ ପାଆନ୍ତି । ତେଣୁ ଦେଶର ପ୍ରତିଟି ଛକ, ପ୍ରତିଟି କୋଣ ଅନୁକୋଣରେ ଗୁପଚୁପ ଷ୍ଟଲ ମିଳିଯିବ । ତେବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗୁପଚୁପ ଷ୍ଟଲ ପକାଉଥିବା ଦୋକାନୀମାନେ ମଧ୍ୟ ବିଭିନ୍ନ ଏକ୍ସପେରିମେଣ୍ଟ କରନ୍ତି । ସେମିତି ରାଜସ୍ଥାନ ଜୟପୁରର ଜଣେ ଦୋକାନୀ ମଧ୍ୟ ନିଜ ଗୁପଚୁପକୁ ନେଇ ପ୍ରବଳ ଚର୍ଚ୍ଚାରେ ।

ଜୟପୁରର ଠେଲାରେ ଗୁପଚୁପ ବିକ୍ରି କରୁଥିବା ଏହି ଦୋକାନୀଙ୍କୁ ନେଇ ବର୍ତ୍ତମାନ ଖୁବ ଆଲୋଚନା ହେବାରେ ଲାଗିଛି । ତାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଗୁପଚୁପ ସ୍ୱାଦ ସାଙ୍ଗକୁ ଦୋକାନୀଙ୍କ ଷ୍ଟାଇଲ ମଧ୍ୟ ଲୋକଙ୍କୁ ତାଙ୍କ ଷ୍ଟଲ ଆଡକୁ ଆସିବାକୁ ବାଧ୍ୟ କରି ଦେଉଛି । କିନ୍ତୁ ତାଙ୍କ ଦୋକାନରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ସେ ଏବେ ଆଲୋଚନାର ଶିକାର ପାଲଟି ଯାଇଛନ୍ତି । ଅଭିଯୋଗ ହୋଇଛି ଯେ, ଗୁପଚୁପ ଦେବା ବେଳେ ସେ କୌଣସି ସଫା-ସୁତୁରା ଜିନିଷର ବ୍ୟବହାର କରୁ ନାହାନ୍ତି । ତେଣୁ ଲୋକେ ଏହି ଅସ୍ୱାସ୍ଥ୍ୟକର ଗୁପଚୁପ ଖାଇବାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ଭିଡିଓରେ ଦେଖାଯାଇଛି ଯେ, ଷ୍ଟ୍ରିଟ ଭେଣ୍ଡର ଖାଲି ହାତରେ ଗୁପଚୁପ ଦେବା ବେଳେ ସେଥିରେ କିଛି ମିଶାଇ ଦେଉଛନ୍ତି । ଏହାପରେ ଗ୍ରାହକମାନଙ୍କୁ ବାଢି ଦେବା ବେଳେ ସେ ଡାନ୍ସ କରୁତିବାର ଏକ ଭିଡିଓ ଭାଇରାଲ ହେଉଛି । ଏହାବ୍ୟତୀତ ଦୋକାନୀ ଜଣକ ନିଜ ନାକରେ ହାତ ମାରିବା ପରେ ଗୁପଚୁପ ପାଣିରେ ହାତ ବୁଡାଉଥିବା ମଧ୍ୟ ଦେଖାଯାଉଛି । ଗ୍ରାହକମାନଙ୍କୁ ବାଢି ଦେଉଥିବା ହାତରେ ସେ ପ୍ରଥମେ ନିଜେ ମଧ୍ୟ ଏହାକୁ ଚାଖିଛନ୍ତି । ତେବେ ଜଣେ ଗୁପଚୁପ ବିକାଳିଙ୍କର ଏତେ ସବୁ କାରନାମା ଦେଖିବା ପରେ ବୋଧହୁଏ, ଅନେକ ଲୋକ ଗୁପଚୁପ ଖାଇବା ପାଇଁ ଘୃଣା କରିବେ ।

Get real time updates directly on you device, subscribe now.