fbpx

ଗପ୍ଟିଲ୍ ଓ ଚାପମ୍ୟାନଙ୍କ ଅର୍ଦ୍ଧଶତକ: ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଳୀ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟି-୨୦ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୧୬୪ ରନ ସଂଗ୍ରହ କରିଛି ନ୍ୟୁଜିଲାଣ୍ଡ । ନିର୍ଦ୍ଧାରିତ ଓଭରରେ ନ୍ୟୁଜିଲାଣ୍ଡ ୬ ୱିକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲା । ମାର୍ଟିନ ଗପ୍ଟିଲ ଏବଂ ମାର୍କ ଚାପମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଅନ୍ୟ ବ୍ୟାଟ୍ସମ୍ୟାନ ବଡ ସ୍କୋରରେ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଆର ଅଶ୍ୱିନ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ଟସ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଓଭରରେ ଭୁବନେଶ୍ୱର କୁମାର ଗୋଲ୍ଡେନ ଡକରେ ଡାରିଲ ମିଚେଲଙ୍କୁ ପ୍ୟାଭିଲିୟନ ଫେରାଇଥିଲେ । ତେବେ ଗପ୍ଟିଲ(୭୦) ଏବଂ ଚାପମ୍ୟାନ (୬୩)ଙ୍କ ମଧ୍ୟରେ ୧୦୯ ରନର ଭାଗିଦାରୀ ହୋଇଥିଲା । ଗପ୍ଟିଲ ୪୨ ବଲରୁ ୩ ଚୌକା ଓ ୪ ଛକା ସହିତ ୭୦ ରନ କରିଥିଲେ । ଚାପମ୍ୟାନଙ୍କ ଇନିଂସରେ ୬ ଚୌକା ଓ ୨ ଛକା ସାମିଲ ଥିଲା । ଭାରତ ପକ୍ଷରୁ ଆର ଅଶ୍ୱିନ ୨୩ ରନ ଏବଂ ଭୁବନେଶ୍ୱର କୁମାର ୨୪ ରନ ବ୍ୟୟରେ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ମହମ୍ମଦ ସିରାଜ ଏବଂ ଦୀପକ ଚହର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.