fbpx

ଜାରି ହେଲା ନୋଟିଫିକେସନ: ଜ୍ଞାନେଶ କୁମାର ଓ ଏସ.ଏସ ସନ୍ଧୁ ନୂଆ ନିର୍ବାଚନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ଗତ କିଛିଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସନ୍ଧୁଙ୍କୁ ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କ ତରଫରୁ ଏକ ନୋଟିଫିକେସନ ଜାରି କରାଯାଇଛି । ଏହି ଦୁଇ ଜଣଙ୍କୁ ନିର୍ବାଚନ କମିଶନର ପଦରେ ନିଯୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମଞ୍ଜୁରୀ ଦେଇଥିଲା ।

ଜ୍ଞାନେନ୍ଦ୍ର ନିକଟରେ କେନ୍ଦ୍ର ସରକାରଙ୍କ ସହକାରିତା ମନ୍ତ୍ରଣାଳୟର ସଚିବ ପଦରୁ ଅବସର ଗ୍ରହର କରିଥିଲେ । ସେ ଉକ୍ତ ମନ୍ତ୍ରଣାଳୟ ଗଠନ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ତାଙ୍କ ସମୟରେ କଶ୍ମୀରରୁ ଧାରା ୩୭୦ ହଟିଥିଲା । ସେ ଗୃହ ମନ୍ତ୍ରଣାଳୟର କଶ୍ମୀର ଡିଭିଜନର ଯୁଗ୍ମ ସଚିବ ପଦରେ ରହିଥିଲେ । ସେହିପରି ଜ୍ଞାନେଶ ଜମ୍ମୁ କଶ୍ମୀରକୁ କେନ୍ଦ୍ରଶାସିତ ପ୍ରଦେଶରେ ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟ କରିବା ସମୟରେ ସେ ଜମ୍ମୁ କଶ୍ମୀର ପୁନର୍ଗଠନ ବିଧେୟକକୁ ପ୍ରସ୍ତୁତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସେ ୧୯୮୮ ବ୍ୟାଚର କେରଳ କ୍ୟାଡରର ଆଇଏଏସ ଅଧିକାରୀ ଅଟନ୍ତି ।

Get real time updates directly on you device, subscribe now.