fbpx

ASI ସର୍ଭେରୁ ବଡ଼ ଖୁଲାସା: ଜ୍ଞାନବାପୀ ମସଜିଦ ହେଉଛି ଏକ ମନ୍ଦିରର ଅଂଶ, ମିଳିଲା ଚିତ୍ରକଳାର ପ୍ରମାଣ- ସୂତ୍ର

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜ୍ଞାନବାପୀ ଏକ ମନ୍ଦିରର ଅଂଶ ବୋଲି ସ୍ପଷ୍ଟ ସଚିତ୍ର ପ୍ରମାଣ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଜ୍ଞାନବାପୀ ଏକ ମନ୍ଦିରର ଅଂଶ ବୋଲି ଜଣାପଡ଼ିଛି । ଚଳିତ ସପ୍ତାହରେ ଜ୍ଞାନବାପୀ ମସଜିଦ ପରିସରକୁ ନେଇ ଏଏସଆଇ ପକ୍ଷରୁ ଏକ ବନ୍ଦ କଭରେ ବୈଜ୍ଞାନିକ ସର୍ଭେ ରିପୋର୍ଟ ବାଣାଣସୀ ଜିଲ୍ଲା କୋର୍ଟରେ ଦାଖଲ କରାଯାଇଥିଲା ।

ସୂତ୍ର ମୁତାବକ, ଏହି ରିପୋର୍ଟ ଆବେଦନକାରୀଙ୍କୁ ପ୍ରଦାନ କରାଯିବା ସହିତ ଏହାର ଏକ ନକଲ ସୁପ୍ରିମକୋର୍ଟକୁ ମଧ୍ୟ ପଠାଯିବ । ଏଏସଆଇ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପୀ ପରିସରରେ ବୈଜ୍ଞାନିକ ସର୍ଭେ କରିଥିଲା । ୧୭ତମ ଶତାବ୍ଦୀର ମସଜିଦର ନିର୍ମାଣ ହିନ୍ଦୁ ମନ୍ଦିର ପୂର୍ବରୁ ରହିଥିବା ସରଞ୍ଚନା ଆଧାରରେ କରାଯାଇଛି କି ନା ତାହା ଜାଣିବା ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।

ଆହ୍ଲାବାଦ ହାଇକୋର୍ଟ ବାରାଣସୀ ଜିଲ୍ଲା କୋର୍ଟର ସର୍ଭେ ଆଦେଶକୁ କାଏମ୍ ରଖିଥିଲେ । ଏହି ପଦକ୍ଷେପ ନ୍ୟାୟର ହିତ ପାଇଁ ଆବଶ୍ୟକ ଓ ଏହି ବିବାଦରେ ହିନ୍ଦୁ ଓ ମୁସଲିମ ଉଭୟ ପକ୍ଷଙ୍କୁ ଫାଇଦା ହେବ ବୋଲି କୋର୍ଟ ନିଷ୍ପତ୍ତି ଶୁଣାଇଥିଲେ । ଏହା ପରେ ଜ୍ଞାନବାପୀ ସର୍ଭେ ଆରମ୍ଭ ହୋଇଥିଲା । ଗତ ଜୁଲାଇ ୨୧ ତାରିଖରେ ବାରାଣସୀ ଜିଲ୍ଲା ଜଜ ସିଲ ହୋଇଥିବା ବାଥରୁମକୁ ଛାଡ଼ି ଜ୍ଞାନବାପୀ ପରିସରରେ ସର୍ଭେ କରିବାକୁ ଆଦେଶ ଦେଇଥିଲେ । ଅଗଷ୍ଟ ୪ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ଏଏସଆଇକୁ କୁହାଯାଇଥିଲା ।

Get real time updates directly on you device, subscribe now.