fbpx

ଆଜିଠୁ ହବିଷ୍ୟାଳି ଯୋଜନାରେ ପଞ୍ଜିକରଣ ଆରମ୍ଭ: ଜାଣନ୍ତୁ କିପରି ନିଜକୁ କରିବେ ରେଜିଷ୍ଟ୍ରେସନ

ପୁରୀ: ପୁରୀରେ କାର୍ତ୍ତିକମାସରେ ହବିଷ୍ୟାଳି ଯୋଜନାରେ ଆଜିଠାରୁ ନାମ ପଞ୍ଜିକରଣ ଆରମ୍ଭ ହେବ । ଆଗ୍ରହୀ ମା’ମାନେ ନିଜନିଜର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ କିମ୍ବା ଅନ୍‍ଲାଇନ୍‍ ଜରିଆରେ edistrict.odisha.gov.inରେ ନାମ ପଞ୍ଜିକରଣ କରିପାରିବେ । ରାଜ୍ୟ ସରକାର ପୂର୍ବବର୍ଷ ଭଳି ହବିଷ୍ୟାଳି ଯୋଜନାରେ ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ବ୍ରତଧାରୀଙ୍କ ରହିବା, ମହାପ୍ରଭୁଙ୍କ ଦର୍ଶନ ତଥା ମହାପ୍ରସାଦ ସେବନର ବ୍ୟବସ୍ଥା କରୁଛନ୍ତି ।

ତେବେ ପ୍ରଶାସନ ପକ୍ଷରୁ https://edistrict.odisha.gov.in ୱେବସାଇଟ୍ ଲିଙ୍କ ଓ ପ୍ରଶାସନିକ ଅଧିକାରୀଙ୍କ ଫୋନ୍ ନମ୍ୱର୍ ଜାରି କରାଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ 9692720594, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ 9437302618, ଜିଲ୍ଲା କାର୍ଯ୍ୟାଳୟ 06752- 22264 ଫୋନ୍ ନମ୍ବର ଜାରି କରାଯାଇଛି । ଏଥିସହ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ହବିଷ୍ୟାଳି ମାନେ ପଞ୍ଜିକରଣ କରିପାରିବେ ।

ସେହିପରି ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ, ବଗଲା, ବାଗେଡିଆ ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚି ସାହି ଛକ କଲ୍ୟାଣ ମଣ୍ଡପରେ କରାଯିବ ବ୍ୟବସ୍ଥା । ଚଳିତବର୍ଷ 3 ହଜାରରୁ ଅଧିକ ହବିଷ୍ୟାଳିଙ୍କ ବ୍ରତ ପାଳନ ନିମନ୍ତେ ରହିବା, ମହାପ୍ରସାଦ ସେବନ, ଶ୍ରୀମନ୍ଦିର ଦର୍ଶନ, ସକାଳ ଜଳଖିଆ, ସ୍ନାନ ଶୌଚ ସହ ସମସ୍ତ ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.