fbpx
BSKY SKY
BSKY SKY

କେଶ ପାଇଁ ତୁଳସୀ କେତେ ଉପଯୋଗୀ, ଆସନ୍ତୁ ଜାଣିବା

BSKY

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପୂଜା କରିବା ସହ ଏହାକୁ ପବିତ୍ର ବୋଲି ମନାଯାଏ । ଧାର୍ମିକ ମହତ୍ତ୍ୱ ସହ ଏଥିରେ ଭରିରହିଛି ଅନେକ ଔଷଧୀୟ ଗୁଣ । ଏହା ଅନେକ ପ୍ରକାର ସଂକ୍ରମଣରୁ ରକ୍ଷା କରେ। ଖୁବ କମ୍‍ ଲୋକ ଏହା ଜାଣିଥିବେ ଯେ, ତ୍ୱଚା ସହିତ ଏହା କେଶ ପାଇଁ ମଧ୍ୟ ଖୁବ୍‍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା..

– କେଶ ପାଚୁଥିଲେ ମଧ୍ୟ ତୁଳସୀର ପେଷ୍ଟ ଲଗାଇବା ଉଚିତ। ଏହାଦ୍ୱାରା ଅଳ୍ପ ପାଚିଥିବା କେଶ କଳା ହେବା ସହ ଅସମୟରେ କେଶ ପାଚିବ ନାହିଁ।

-ତୁଳସୀ ପତ୍ର ପରି ତୁଳସୀ ତେଲ ମଧ୍ୟ ଖୁବ୍ ଉପଯୋଗୀ। ଏହାକୁ କେଶରେ ମାଲିସ କଲେ ଖପୁରୀରେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ କେଶ ଝଡ଼ିବା ବନ୍ଦ ହୁଏ।

– କେଶର ଶୁଷ୍କତା ଏବଂ ରୂପି ଦୂର କରିବାରେ ତୁଳସୀ ସହାୟକ ହୁଏ। ତେଣୁ ନିୟମିତ ଭାବେ ତୁଳସୀ ପତ୍ରକୁ ବାଟି କେଶରେ ଲଗାନ୍ତୁ। ଏକ ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ।

-ତୁଳସୀରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଯୋଗୁ କେଶର ମଇଳା ସଂପୂର୍ଣ୍ଣ ଭାବେ ସଫା ହେବା ସହ କେଶର ବୃଦ୍ଧିରେ ସହାୟକ ହୁଏ।

Get real time updates directly on you device, subscribe now.