fbpx

କିସ୍‌ମିସ୍‌ ଖାଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ

ଅଙ୍ଗୁରୁକୁ ଶୁଖାଇ କିସ୍‌ମିସ୍‌ ତିଆରି କରାଯାଇଥାଏ।କିସ୍‌ମିସ୍‌ ଏକ  ଡ୍ରାଏଫ୍ରୁଟ୍।  ଏହାକୁ ଖାଇଲେ, ଅନେକ ରୋଗରୁ ଉପଶମ ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ ଆଇରନ୍‌, ପୋଟାସିୟମ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ରହିଛି। ଏହା ବ୍ୟତୀତ କିସମିସ୍ ଖାଇବା ଯୋଗୁଁ ମଧ୍ୟ ଆମ ଶରୀର ସୁସ୍ଥ ରହିଥାଏ। ତେବେ ଆସନ୍ତୁ ଜାଣିବା କିସମିସ ଖାଇଲେ କଣ ସବୁ ଫାଇଦା ମିଳିଥାଏ।

କିସ୍‌ମିସ୍‌ରେ ଫାଇବର୍‌ ଥିବାରୁ ଆମ ଶରୀରରେ ଥିବା କୋଲେଷ୍ଟ୍ରଲ୍‌ ସ୍ତରକୁ କମ୍‌ କରିଥାଏ।

କିସ୍‌ମିସ୍ ହାଡ଼କୁ ମଜ୍‌ଭୁତ୍ ରଖିଥାଏ। 

କିସ୍‌ମିସ୍‌ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଦୂରେଇବା ସହିତ ହଜମକ୍ରିୟା ଠିକ୍‌ ରହିଥାଏ।

କିସ୍‌ମିସରେ ଭିଟାମିନ୍-ଏ ଏବଂ ବିଟା କୈରୋଟିନ୍‌ରେ ଭରପୂର ହୋଇଥିବା କିସ୍‌ମିସ୍‌ ସେବନ ଯୋଗୁଁ ଦୃଷ୍ଟିଶକ୍ତି ତୀକ୍ଷ୍ଣ ହୋଇଥାଏ।

କିସ୍‌ ମିସ୍‌ ଖାଇଲେ ଏଥିରେ ଥିବା ଆଇରନ୍‌ ଦ୍ୱାରା ରକ୍ତହୀନତା ବା ଏନିମିଆ ସମସ୍ୟାରୁ ରକ୍ଷା ମିଳିଥାଏ।

ପ୍ରତିଦିନ କିସ୍‌ମିସ୍‌ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

Get real time updates directly on you device, subscribe now.