ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ କରିଛି କମିଶନରେଟ ପୋଲିସ । ପରିବାର ଲୋକଙ୍କୁ ନ ଜଣାଇ ବୋହୂ ମୃତ ଶାଶୁଙ୍କ ଶବ ଦାୟ କରୁଥିଲେ । ମୃତକ ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ । ପୋଷ୍ଟମର୍ଟମ ନ କରି ଶବ ଦାହ କରାଯିବା ନେଇ ମୃତ ମହିଳାଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ଏହାପରେ କମିଶନରେଟ୍ ପୋଲିସ ଟିମ୍ ଶ୍ମଶାନରେ ପହଁଞ୍ଚି ଅର୍ଦ୍ଧଦଗ୍ଧ ଶବକୁ ଜବତ କରିଛି ।