fbpx

ବିଜେପିକୁ ଘାରିଲା ୨୦୧୮ର ଭୟ: ମଧ୍ୟପ୍ରଦେଶ ପାଇଁ ଭାଜପାର ବଡ଼ ଯୋଜନା, ଏଥର ଅଧା ବିଧାୟକ ଓ ସାଂସଦଙ୍କର ଟିକେଟ କଟିବ!

Advertisement

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡ଼କୁ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେବେ ଏହି ୫ଟି ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶରେ ସରକାର ଗଠନ କରିବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି । ଗତ ୨୦୧୮ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ବିଜୟ ହାସଲ କରିଥିବା ବେଳେ ବିଜେପି ପରାଜୟ ବରଣ କରିଥିଲା । ପରବର୍ତ୍ତୀ ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏହାପରେ ରାଜ୍ୟରେ କଂଗ୍ରେସ ସରକାର ଭୁଶୁଡ଼ି ପଡ଼ିଥିଲା ଓ ବିଜେପି ସରକାର ଗଠନ କରିଥିଲା ।

ନିକଟରେ କର୍ଣ୍ଣାଟକରେ କଂଗ୍ରେସ ଯେଭଳି ପ୍ରତ୍ୟାବର୍ତ୍ତନ କରି ବିଜେପିକୁ ଝଟକା ଦେଇଥିଲା ତାହାକୁ ଗେରୁଆ ଦଳ ଭୁଲି ପାରିନାହିଁ । ତେଣୁ ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ଏବେ ମଧ୍ୟପ୍ରଦେଶ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ବିଧାନସଭାରେ ମୋଟ ୨୩୦ଟି ଆସନ ରହିଥିବା ବଳେ ଦଳ ପାଖାପାଖି ୬୦ ଜଣ ବିଧାୟକଙ୍କର ଟିକେଟ କାଟିବାକୁ ଯୋଜନା କରୁଛି । ଏଥିସହିତ କିଛି ସାଂସଦଙ୍କୁ ମଧ୍ୟ ବିଧାନସଭା କ୍ଷେତ୍ରରେ ଓହ୍ଲାଇବାକୁ ଦଳ ଚିନ୍ତା କରୁଛି ।

ନିକଟରେ ଦଳ ସମସ୍ତ ସିଟ ଉପରେ ସର୍ଭେ କରିଥିବା ବେଳେ ଦଳକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି କୁହାଯାଉଛି । ୧୨୭ଟି ଆସନ ଉପରେ ଦଳ ଅଧିକ ଫୋକସ କରିଛି । ତେବେ ଅଧା ଆସନ ଅର୍ଥାତ ପାଖାପାଖି ୧୧୫ ଜଣ ବିଧାୟକଙ୍କର ଟିକେଟ ମଧ୍ୟ କଟିବାର ସମ୍ଭାବନା ରହିଛି । ଦଳ ୯୦ରୁ ଅଧିକ ଆସନରେ ଯୁବ ଓ ନୂଆ ଚେହେରାଙ୍କୁ ସୁଯୋଗ ଦେବାକୁ ଚାହୁଁଛି । ସେହିପରି ରାଜ୍ୟରେ ୨୯ଟି ଲୋକସଭା ଆସନ ରହିଥିବା ବେଳେ ପାଖାପାଖି ୧୨ ଜଣ ସାଂସଦ ମଧ୍ୟ ଟିକେଟ ହରାଇ ପାରନ୍ତି । ବିଧାନସଭା ନିର୍ବାଚନର ଫର୍ମୂଲା ଦଳ ଲୋକସଭା ନିର୍ବାଚନରେ ଲାଗୁ କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.