fbpx

ଜୀବିକା ହରାଇଲେଣି ତନ୍ତୁ କାରିଗର, ମିଳୁନି ସାହା-ଭରସା

ଓଡ଼ିଶା ଭାସ୍କର ବ୍ୟୁରୋ: ମହାମାରୀ କରୋନା କଲା କଲବଲ । ସମସ୍ତଙ୍କ ଛଡ଼ାଇ ନେଇଛି ଜୀବିକା । ପାରମ୍ପରିକ ଭାବେ ତନ୍ତୁରୁ ଲୁଗା ବୁଣି ଜୀବନ ଚଳାଉଥିବା ପରିବାର ସମ୍ପ୍ରତି ସାହା-ଭରସା ଅପେକ୍ଷାରେ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ ।

ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମ । ଏହି ଗାଁରେ ଡେରା ସମ୍ପ୍ରଦାୟର ପ୍ରାୟ ୩୦୦ରୁ ଅଧିକାର ପରିବାର ବାସ କରନ୍ତି । ପୁରୁଷ ପୁରୁଷ ଧରି ସେମାନେ ତନ୍ତ କାମରେ ନିଜକୁ ନିୟୋଜିତ କରିଥାନ୍ତି କିନ୍ତୁ ୨ବର୍ଷ ହେଲା କରୋନା ମହାମାରୀ ସେମାନଙ୍କ ଜୀବନ ଜୀବିକା ଛଡ଼ାଇ ନେଇଛି । ଫଳରେ ବହୁ ତନ୍ତୀ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେଣି । ଆଉ କେତେକ ଗାଁରେ କଷ୍ଟେମଷ୍ଟେ ଏହି କାମ କରୁଥିବା ବେଳେ ଆୟକୁ ନେଇ ଦୁଃଖିତ ଅଛନ୍ତି । ପରିବାର ଚଳେଇବା ପାଇଁ ବହୁ କଷ୍ଟ ସହୁଛନ୍ତି । ଏପରିକି ସରକାର ଷୋଷଣା କରିଥିବା ପ୍ୟାକେଜ୍ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ନିଜ ପରମ୍ପରାକୁ ବଜାଇ ରଖିବା ପାଇଁ ଏବଂ ଲୋକମାନଙ୍କ ପସନ୍ଦ ରହିଥିବା ହାତବୁଣା ଶାଢ଼ିକୁ ପ୍ରସ୍ତୁତ କରିବା ପାଇଁ ସେମାନେ ସହାୟତା ଅପେକ୍ଷାରେ । ସରକାର ଏଭଳି ପରିବାରଗୁଡ଼ିକ ପାଇଁ କୌଣସି ପ୍ୟାକେଜ୍ ଘୋଷଣା କରିବାକୁ ଦାବି ହେଉଛି ।

Get real time updates directly on you device, subscribe now.