fbpx

ଶନି ଗ୍ରହଙ୍କ ଅସ୍ତ ଆଣିବ ମହା ବିପତ୍ତି ; ଏହି ସବୁ ରାଶିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

Advertisement

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କର ଗତି ଓ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାକି ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ । ତେବେ ଗ୍ରହମାନଙ୍କର ଏହି ରାଶିର ପରିବର୍ତ୍ତନ ପ୍ରତ୍ୟେକ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ପୂର୍ବରୁ ଅନେକ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ନ୍ୟାୟର ଦେବତା ଶନି ଜାନୁଆରୀ ୧୭ ତାରିଖରେ ମଧ୍ୟ ତାଙ୍କ ସ୍ଥିତି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ସେ ୩୦ ବର୍ଷ ପରେ ନିଜ ରାଶି କୁମ୍ଭରେ ପ୍ରବେଶ କରିବେ । ଏହାପରେ ଜାନୁଆରୀ ୩୦ ତାରିଖ ଦିନ ସେ କୁମ୍ଭ ରାଶିରେ ଅସ୍ତ ହେବେ ।ଯାହାଫଳରେ ଏହା କିଛି ରାଶିର ବୟକ୍ତିମାନଙ୍କ ପାଇଁ ମହା ବିପତ୍ତି ଆଣିବ । କିନ୍ତୁ ଖାସ୍ କରି ୪ ଟି ରାଶି ଉପରେ ଏହାର ପ୍ରଭାବ ଅଧିକ ରହିବ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନି ଅସ୍ତ ମହା ବିପଦ ।

ସିଂହ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ ଅସ୍ତ ସିଂହ ରାଶିର ବ୍ୟକ୍ତିମାନଙଅକ ପାଇଁ ଅନେକ ସମସୟା ଆଣିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଅନେକ ଆର୍ଥିକ କ୍ଷତି ସହିବେ । ଏତିସହିତ ପରିବାର ଏବଂ ବୈବାହିକ ଜୀବନରେ ଅନେକ ପ୍ରକାର ସମସ୍ୟା ଦେଖାଦେବ । ସେହିପରି ଚାକିରୀ କରିଥିବା ବ୍ୟକ୍ତିମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।

କର୍କଟ: ଶନିଗ୍ରହହଙ୍କ ଅସ୍ତ କର୍କଟ ରାଶି ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବ । ଫଳରେ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିବା ସହ ମାସିକ ଦୁଃଚିନ୍ତାରେ ସମୟ ବିତିବ । ଏଥିସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ସମସ୍ୱାବନା ରହିଛି । ତେଣୁ ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ବିଚ୍ଛା: ଶାସ୍ତ୍ର ଅନୁସାରେ ଶନି ଗ୍ରହଙ୍କ ଅସ୍ତ ବିଚ୍ଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ବିପଦର କାରଣ ହୋଇପାରେ । ଏହିସମୟ ମଧ୍ୟରେ ସ୍ୱାସ୍ଛୟ ଜନିତ ସମସ୍ୟା ଦେଖାଦେବା ସହ କର୍ମ କ୍ଷେତ୍ରରେ ବିଭିନ୍ନ ପରିସ୍ଥିତିର ମୁକାବିଲା କରିବେ । ଏଥିସହିତ କୟାରିୟର ଉପରେ ମଧ୍ୟ ଖରାପ ପ୍ରଭାବ ପଡିବାର ସମ୍ଭାବନା ରହିଛି । ତେଣୁ ଏହି ସମୟ ମଧ୍ୟରେ ,ତର୍କତା ସହ ରହିବା ଆବଶ୍ୟକ ।

Get real time updates directly on you device, subscribe now.