fbpx

ଶନିଦେବଙ୍କ ପୂଜାରେ ଏହି ଭୁଲ ଗଲେ ମିଳିବନି କ୍ଷମା: ଭୋଗିବାକୁ ପଡିବ ଶନିଙ୍କ କ୍ରୋଧ, ମିଳିବ ଏହି ପରିଣାମ

ନ୍ୟାୟ ଓ କର୍ମର ଦେବତା ଶନିଦେବ ଯଦି କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୁଅନ୍ତି, ତେବେ ତାଙ୍କୁ ଜୀବନର ସବୁ ସୁଖ-ସୁବିଧା ପ୍ରଦାନ କରନ୍ତି । ଅନ୍ୟପଟେ ଶନିଦେବ ରାଗିଗଲେ ବ୍ୟକ୍ତି ଭିକାରି ସଜେଇ ଦିଅନ୍ତି । ବ୍ୟକ୍ତିର ସମସ୍ୟା ସମାପ୍ତ ହେବାର ନାଁ ନିଏନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବ୍ୟକ୍ତି ଜୀବନରେ ଥରେ ନିଶ୍ଚୟ ଶନି ମହାଦଶା, ଶନି ଅଢ଼େଇ ବର୍ଷ ଏବଂ ଶନି ସାଢ଼େ ସାତ ବର୍ଷକୁ ସାମ୍ନା କରିଥାଏ ।

ଶନିଦେବଙ୍କ କୁଦୃଷ୍ଟି ଏବଂ ଦଣ୍ଡରୁ ବଞ୍ଚିବା ପାଇଁ ଲୋକମାନେ ଶନିଙ୍କୁ ବିଧି ବିଧାନର ସହ ପୂଜା କରି ଥାଆନ୍ତି । ଶନିଙ୍କୁ ଯେଉଁ ଜିନିଷ ପସନ୍ଦ ଥାଏ, ତାହା ଅର୍ପଣ କରି ଥାଆନ୍ତି । ଯେପରି ଶନିଦେବଙ୍କ କୃପା ସଦା ବଜାୟ ରହି ପାରିବ । କିନ୍ତୁ ଅନେକ ବାର ପୂଜା ସମୟରେ ଆମେ ଅଜାଣତରେ କିଛି ଭୁଲ୍ କରି ଦେଇଥାଉ, ଯଦ୍ଦ୍ୱାରା ଶନିଦେବ ପ୍ରସନ୍ନ ହେବା ପରିବର୍ତ୍ତେ କ୍ରୋଧିତ ହୋଇ ଯାଆନ୍ତି । ଫଳରେ ଆମକୁ ଶନିଙ୍କ କୋପଦୃଷ୍ଟିର ଶିକାର ହେବାକୁ ପଡ଼ିଥାଏ ।

ଶନିଦେବଙ୍କୁ ପୂଜା କରିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍, ଆସନ୍ତୁ ଜାଣିବା…

-ଶନିଦେବଙ୍କୁ ପୂଜା କରିବା ସମୟରେ ଏହି କଥା ଉପରେ ବିଶେଷ ଧ୍ୟାନ ରଖନ୍ତୁ କି, ଯେପରି ତାଙ୍କ ଆଖିକୁ ଦେଖି କଦାପି ପୂଜା କରିବେ ନାହିଁ । ଏହି ସମୟରେ ଆପଣ ନିଜ ଆଖିକୁ ବନ୍ଦ ରଖନ୍ତୁ ନଚେତ୍ ଶନିଙ୍କ ପାଦକୁ ଚାହିଁ ପୂଜା କରନ୍ତୁ । କୁହାଯାଏ, ଶନିଦେବଙ୍କ ଆଖିରେ ଆଖି ମିଶାଇ ପୂଜା କରିବା ଦ୍ୱାରା ତାଙ୍କ ଦୃଷ୍ଟି ଆପଣଙ୍କ ଉପରେ ହିଁ ପଡ଼ିବାକୁ ଲାଗିଥାଏ ।

-ଶନିଦେବଙ୍କ ପୂଜା ସମୟରେ ସିଧାସଳଖ ହୋଇ ଛିଡ଼ା ହୁଅନ୍ତୁ ନାହିଁ । ଏଥି ସହିତ ପୂଜା ପରେ ଯେତେବେଳେ ସ୍ଥାନ ପରିତ୍ୟାଗ କରିବେ, ତ ସେହିଭଳି ଅବସ୍ଥାରେ ହିଁ ସେଠାରୁ ଚାଲି ଯିବେ, ଯେମିତି ଆପଣ ଛିଡ଼ା ହୋଇଛନ୍ତି । ଶନିଦେବଙ୍କୁ ପିଠି ଦେଖାଇବା ଉଚିତ୍ ନୁହେଁ । କାହିଁକି ନା, ଏଥିରେ ସେ କ୍ରୋଧିତ ହୋଇ ଯାଆନ୍ତି ।

-ଶନିବାର ଦିନ ଶନିଦେବଙ୍କ ମୂର୍ତ୍ତିରେ ସୋରିଷ ତେଲ ଅର୍ପଣ କରାଯାଇଥାଏ । ଏମିତିରେ ଅନେକ ଲୋକ ତମ୍ବା ପାତ୍ର ବ୍ୟବହାର କରି ଥାଆନ୍ତି । କିନ୍ତୁ ଏହି ସମୟରେ ଲୁହା ବାସନ ବ୍ୟବହାର କରିବା ଉଚିତ । ତମ୍ବା ସୂର୍ଯ୍ୟଙ୍କ କାରକ ହୋଇଥାଏ ।

-ଶନିଦେବଙ୍କ ପୂଜାରେ ଦିଗ ଉପରେ ମଧ୍ୟ ଧ୍ୟାନ ରଖିବା ଜରୁରୀ । ଶନିଦେବ ଦେଉଛନ୍ତି ପଶ୍ଚିମ ଦିଗର ସ୍ୱାମୀ ବୋଲି କୁହାଯାଏ । ତେଣୁ ଶନିଦେବଙ୍କୁ ପୂଜା କରିବା ସମୟରେ ପଶ୍ଚିମ ଦିଗ ଆଡ଼କୁ ମୁହଁ କରିବା ଉଚିତ ।

Get real time updates directly on you device, subscribe now.