fbpx

ମଣିଷ ପେଟରୁ ଜନ୍ମ ନେଲେ ହନୁମାନ: ଜାଣନ୍ତୁ ଆଶ୍ଚର୍ଯ୍ୟକର ଘଟଣାର ସମ୍ପୂର୍ଣ୍ଣ ରହସ୍ୟ 

କେନ୍ଦ୍ରାପଡା: ଜଣେ ମଣିଷର ପେଟରୁ ଜନ୍ମ ନେଇଛି ଏକ ମାଙ୍କଡ ଛୁଆ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିରାଟ ସତ । ମଣିଷ ପେଟରୁ ମଣିଷ ଛୁଆ ବଦଳରେ କିପରି ମାଙ୍କଡ ଛୁଆର ଜନ୍ମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ପିଲାଟିକୁ ଲୋକମାନେ ହନୁମାନ ବୋଲି ମଧ୍ୟ କହିଛନ୍ତି ।

ଏମିତି ଏକ ବିରଳ ଘଟଣା ଦେଖିବାକୁ ମିଳିଛିି, କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଅନ୍ତର୍ଗତ ସାରଦେଇପୁର ଗ୍ରାମରେ । ଏହି ଗ୍ରାମର ପ୍ରଦୀପ ସ୍ୱାଇଁଙ୍କ ପତ୍ନୀ ମିତା ନାଥଙ୍କ ଗର୍ଭରୁ ଜନ୍ମ ନେଇଛି ଏକ ବିରଳ ଶିଶୁପୁତ୍ର । ଯାହାର ଗଠନ ପ୍ରଣାଳୀ ଏକଦମ ଏକ ମାଙ୍କଡ ଛୁଆ ପରି । ସୂଚନା ମୁତାବକ, ମିତା ନାଥଙ୍କୁ ପ୍ରସବ ଯନ୍ତ୍ରଣା ଅନୁଭବ ହେବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପ୍ରସବରେ ସମସ୍ୟା ଓ ମିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ସେଠାରେ ଏକ ବିରଳ ଶିଶୁ ପୁତ୍ରକୁ ଜନ୍ମ ଦେଇଥଲେ ମିତା ।

ଶିଶୁଟିର ଆକୃତି ହନୁମାନ ପରି ଦିଶୁଥିବା ବେଳେ ଶିଶୁଟିର ବାମ ହାତରେ ଆଙ୍ଗୁଳି ମଧ୍ୟ ନଥିଲା । କିନ୍ତୁ ଜନ୍ମର କିଛି ସମୟ ବ୍ୟବଧାନ ପରେ ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏପରି ଏକ ବିରଳ ଶିଶୁର ଜନ୍ମକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ଏପରି ମାଙ୍କଡ ଛୁଆ ଜନ୍ମ ହେବା ପରେ ଲୋକଙ୍କ ମନକୁ ନାନା କଥା କହିଛନ୍ତି । ଏ ଘଟଣା ପରେ ମଣିଷ ନିଜର ପୂର୍ବ ରୂପକୁ ଫେରିଯିବା ଏବଂ କଳିଯୁଗ ଶେଷ ହେବାର ସମୟ ଆସିଗଲାଣି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.