fbpx

ବ୍ରେନ ଟ୍ୟୁମର ସର୍ଜରୀ ସମୟରେ ହନୁମାନ ଚାଳିଶା ପାଠ କଲେ ମହିଳା

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ବେହୋସ ନକରି ଏକ ସଫଳ ବ୍ରେନ ଟ୍ୟୁମର ସର୍ଜରୀ ରାଜଧାନୀ ଦିଲ୍ଲୀ ଏମ୍ସ (AIIMS)ର ନ୍ୟୁରୋ ସର୍ଜରୀ ବିଭାଗରେ କରାଯାଇଛି । ଅସ୍ତ୍ରୋପଚାର ସମୟରେ ମହିଳା ଜଣକ ହନୁମାନ ଚାଳିଶା ପାଠ କରୁଥିଲେ । ସାଧାରଣତଃ ମସ୍ତିଷ୍କ ଅସ୍ତ୍ରୋପଚାର ଉଭୟ ରୋଗୀ ଏବଂ ଡାକ୍ତରଙ୍କ ପାଇଁ ସବୁଠାରୁ ଜଟିଳ ପଦ୍ଧତି ଭାବରେ ବିବେଚନା କରାଯାଏ। ଏହିପରି କୌଣସି ଅସ୍ତ୍ରୋପଚାର ସମୟରେ ଡାକ୍ତରମାନେ ଖୁବ ସତର୍କତା ଅବଲମ୍ବନ କରନ୍ତି ଯେପରି ରୋଗୀ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ।

କିନ୍ତୁ ବର୍ତ୍ତମାନ ଦିଲ୍ଲୀ ଏମ୍ସର ନ୍ୟୁରୋ ଆନାସ୍ଥେଟିକ୍ ଟିମ୍ ଦ୍ୱାରା ରୋଗୀଙ୍କୁ ବେହୋସ ନକରି ଅସ୍ତ୍ରୋପଚାର କରାଯାଇଛି । ଏହା ଏକ ନୂତନ ପ୍ରକାରର ଅସ୍ତ୍ରୋପଚାର ବୋଲି କହିପାରିବା ।

ତେବେ ଏହି ଅସ୍ତ୍ରୋପଚାର ସମୟରେ ମହିଳା ରୋଗୀ ସଚେତନ ରହିବ ସହିତ ସେ ଅପରେସନ୍ ଟେବୁଲରେ ହନୁମାନ ଚାଳିଶା ମଧ୍ୟ ପାଠ କରିଥିଲେ । ଗୁରୁବାର ଦିନ ଏମ୍ସରେ ଦୁଇଟି ୱେକ୍ କ୍ରୋନିଓଟୋମି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ୨୪ ବର୍ଷ ବୟସ୍କ ବିଦ୍ୟାଳୟର ଶିକ୍ଷୟତ୍ରୀ ଥିଲେ । ଯାହାର ମସ୍ତିଷ୍କର ବାମ ପାର୍ଶ୍ୱରେ ଏକ ବଡ଼ ମସ୍ତିଷ୍କ ଟ୍ୟୁମର ଥିଲା। ଏହି ଅପରେସନ୍ ସମୟରେ ଥିଏଟରରେ ଉପସ୍ଥିତ କିଛି ସଦସ୍ୟ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ।

ସଠିକ୍ ଆନାସ୍ଥେସିଆ ଯତ୍ନ ଏବଂ ସହାୟକ ଉପକରଣଗୁଡ଼ିକ ଡାକ୍ତରଙ୍କ କାର୍ଯ୍ୟକୁ ଟିକିଏ ସହଜ କରିଦେଇଛି । ୨୦୦୨ ମସିହାରୁ ନ୍ୟୁରୋ ସର୍ଜରୀ ବିଭାଗ ଦ୍ୱାରା ଜାଗ୍ରତ କ୍ରୋନିଓଟୋମି (ସମ୍ପୂର୍ଣ ବେହୋସ ନ କରି ଅପରେସନ) କରାଯାଉଛି ।

Get real time updates directly on you device, subscribe now.