Hanuman Jayanti 2025: ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଉପାୟ, କଟିବ ସଙ୍କଟ ହେବ ଧନ ବର୍ଷା
ହନୁମାନ ଜୟନ୍ତୀରେ କରନ୍ତୁ ଏହି ପୂଜା । ସବୁ ମନସ୍କାମନା ପୂରା କରିବେ ହନୁମାନ ।
ଓଡ଼ିଶା ଭାସ୍କର: ହନୁମାନ ଜୟନ୍ତୀ ପ୍ରତିବର୍ଷ ଚୈତ୍ର ଶୁକ୍ଳ ପକ୍ଷ ପୂର୍ଣ୍ଣିମାକୁ ହନୁମାନ ଜୟନ୍ତୀ ଭାବେ ପାଳନ କରାଯାଏ । ପ୍ରଭୁଙ୍କ ଜନ୍ମଉତ୍ସବକୁ ଲୋକମାନେ ବେଶ୍ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି ।
ପାଞ୍ଜି ଅନୁସାରେ ଚଳିତ ବର୍ଷ ହନୁମାନ ଜୟନ୍ତୀରେ ଭଦ୍ରାଙ୍କ ସାୟା ରହିବ । ପୁରୁଣ ଅନୁସାରେ ଭଦ୍ରା ସାହା ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଇ ନ ଥାଏ । କାରଣ ଏ ସମୟରେ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟ ବିଫଳ ହେବା ସହ ଅନିଷ୍ଟ ହୋଇଥାଏ । ତେବେ ଚାଲନ୍ତୁ ଏ ପ୍ରକାର ସ୍ଥିତିରେ କେମିତି ରହିବ ହନୁମାନଙ୍କ ପୂଜା ବିଧି ଓ ନୀତିକାନ୍ତି…
ହନୁମାନ ଜନ୍ମ ଉତ୍ସବ ୧୨ ତାରିଖ ଶନିବାର ପାଳନ କରାଯିବ । ପୂଜାର ବ୍ରହ୍ମ ମୁହୂର୍ତ୍ତ ଭୋର୍ ୪ଟା ୨୯ରୁ ସକାଳ ୫ଟା ୧୪ ପର୍ଯ୍ୟନ୍ତ ରହିବ । ସେହିପରି ଦିନ ୧୧ଟା ୫୬ରୁ ୧୨ଟା ୪୮ ପର୍ଯ୍ୟନ୍ତ ଅଭିଜିତ ମୁହୂର୍ତ୍ତ ସମୟ ଏବଂ ଅପରାହ୍ଣ ୨ଟା ବାଜି ୩୦ ମିନିଟରୁ ୩ଟା ୨୧ ପର୍ଯ୍ୟନ୍ତ ବିଜୟ ମୁହୂର୍ତ୍ତ ରହିବ ।
ହନୁମାନ ଜୟନ୍ତୀରେ ସକାଳ ୪ଟା ୫୯ରୁ ଆରମ୍ଭ କରି ସନ୍ଧ୍ୟା ୪ଟା ୩୫ ମିନିଟ ପର୍ଯ୍ୟନ୍ତ ଭଦ୍ରା ସାୟା ରହିବ ।
ପୂଜାରେ ହନୁମାନଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋରେ ଲାଲ ଫୁଲ ଓ ଲାଲ୍ ବସ୍ତ୍ର ଅର୍ପଣ କରି ଚାଉଳ ଧୂପ, ଦୀପ ଗୁଆ, ଅଳେଇଚ, ସିନ୍ଦୁର ସାଙ୍ଗକୁ ହନୁମାନଙ୍କ ପତକା ଅର୍ପଣ କରି ପୂଜା କରାଯାଇଥାଏ ।